କନକ ବ୍ୟୁରୋ : ରାଜଦ୍ରୋହ ଆଇନର ଧାରା ୧୨୪ (କ) ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ଏହି ମାମଲାର ଶୁଣାଣି କରି କହିଛନ୍ତି କି, ଏହି ମାମଲାର ଶୁଣାଣି ପାଇଁ ୫ଜଣିଆ ବିଚାରପତିଙ୍କୁ ନେଇ ଏକ ଖଣ୍ଡପୀଠ ଗଠନ କରାଯିବ ଓ ସେମାନେ ଏହି ମାମଲାର ଶୁଣାଣି କରିବେ । ଅଭିଯୋଗକାରୀଙ୍କ ତରଫରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ କପିଲ ଶିବଲ କହିଥିଲେ କି ଅଦାଲତ ସ୍ଥିର କରିବେ କି ଏହି ମାମଲାକୁ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଯିବା ଉଚିତ କି ନୁହେଁ ।

Advertisment

କୋର୍ଟରେ ଶୁଣାଣି ସମୟରେ ପ୍ରଧାନବିଚାରପତି କହିଛନ୍ତି କି, ନୂଆ ଆଇନର ପୂର୍ବାପେକ୍ଷୀ ପ୍ରଭାବ ହୋଇପାରିବ ନାହିଁ । ତେଣୁ ବିଚାରଧୀନ ମାମଲାଗୁଡିକର କ’ଣ ହେବ ତାହା ଆମକୁ ସ୍ଥିର କରିିବାକୁ ପଡିବ । ତେଣୁ ଧଶରା ୧୨୪(କ)ର ସାମ୍ବିଧାନିକତାକୁ ଆମେ ପରୀକ୍ଷା କରିପାରିବୁ ନାହିଁ । କୋର୍ଟରେ ଯୁକ୍ତି ଉପସ୍ଥାପନ କରି କପିଲ ଶିବଲ କହିଛନ୍ତି ଯେ ଏହି ମାମଲାକୁ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଯିବା ଉଚିତ୍ ।