ଇଭିଏମରୁ ନିର୍ବାଚନୀ ଚିହ୍ନ ହଟାଇବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, ଇସିଆଇଙ୍କ ପାଖକୁ ଯିବାକୁ ପରାମର୍ଶ।

ଇଭିଏମରୁ ନିର୍ବାଚନୀ ଚିହ୍ନ ହଟାଇବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, ଇସିଆଇଙ୍କ ପାଖକୁ ଯିବାକୁ ପରାମର୍ଶ।

କନକ ବ୍ୟୁରୋ: ଇଲୋକଟ୍ରୋନିକ୍ସ ଭୋଟିଂ ମେସିନ ବା ଇଭିଏମରୁ ରାଜନୈତିକ ଦଳର ଚିହ୍ନ ହଟାଇବା ପାଇଁ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି । ମଙ୍ଗଳବାର କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । ତେବେ କୋର୍ଟ ଏହି ମାମଲା ଖାରଜ କରିଥିବା ବେଳେ ଆବେଦନକାରୀଙ୍କ ଦାବିକୁ ନିର୍ବାଚନ ଆୟୋଗଙ୍କ ପାଖକୁ ପଠାଇଦେଇଛନ୍ତି । ସେପଟେ ଏହାକୁ ନେଇ ନିର୍ବାଚନ ଆୟୋଗଙ୍କ ଓକିଲ କହିଛନ୍ତି ସେହିଭଳି ଯଦି କୌଣସି ମାମଲା ସାମ୍ନାକୁ ଆସେ ତେବେ ତା ଉପରେ ଦୃଷ୍ଟି ଦିଆଯିବ ।

ଶୁଣାଣି ସମୟରେ ମୁଖ୍ୟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ପ୍ରଶ୍ନ କରିଥିଲେ ଯେତେବେଳେ ଜଣେ ବ୍ୟକ୍ତି କୌଣସି ରାଜନୈତିକ ଦଳର ପ୍ରାର୍ଥୀ ହୋଇଥାଏ ତେବେ ସେ ନିଜ ରାଜନୈତିକ ଦଳକୁ କେଉଁଭଳି ଦର୍ଶାଇବ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ବିକାଶ ସିଂହ ଦଲିଲ ଉପସ୍ଥାପନ କରି କହିଥିଲେ ଯେ, ଯଦି କୌଣସି ପ୍ରାର୍ଥୀ ମତଦାତାଙ୍କୁ ଦେଖିବାର ଅଛି ତେବେ ସିଷ୍ଟମ ଠାରୁ ବହୁତ ଭଲ ଲୋକ ଅଛନ୍ତି । ଦଳ ଭଲ ଲୋକଙ୍କୁ ଟିକଟ ଦେବା ପାଇଁ ବାଧ୍ୟ ହୋଇଯିବେ । ବ୍ରାଜିଲରେ ଏହିଭଳି କରାଯାଉଛି , ଯାହାର କୌଣସି ପ୍ରତୀକ ନଥାଏ । ତେଣୁ ମତଦାତା ପ୍ରତ୍ୟାଶୀଙ୍କୁ ଦେଖି ନିଜର ଭୋଟ ଦେଇଥାନ୍ତି । ଦଳ ଅଧାରରେ ସେଠାରେ ଭୋଟ ଦିଆଯାଇନଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe