କନକ ବ୍ୟୁରୋ: ସ୍ପେଶାଲ ମ୍ୟାରଜ ଆକ୍ଟରେ ସମଲିଙ୍ଗୀ ବିବାହକୁ ମାନ୍ୟତା ପ୍ରସଙ୍ଗ । ନୂଆ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ । ଏନେଇ କେନ୍ଦ୍ରକୁ ଜବାବ ରଖିବାକୁ କୁହାଯାଇଛି । ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟରେ ଲମ୍ବା ସମୟ ଧରି ପଡିରହିଥିବା ଆବେଦନ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ନେଇ ହୋଇଥିବା ଆବେଦନ ଉପରେ ନୋଟିସ ଜାରି କରିଛନ୍ତି । ଶୁଣାଣି ବେଳେ ବରିଷ୍ଠ ଓକିଲ ଆନନ୍ଦ ଗ୍ରୋଭର ଏହି ମାମଲାର ଶୁଣାଣିର ସିଧାପ୍ରସାରଣ ପାଇଁ ଦାବୀ କରିଥିଲେ ।
ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, ଯେତେବେଳେ ଏହାର ଶୁଣାଣି ହେବ ସେତେବେଳେ ଏହା ଉପରେ ବିଚାର କରାଯିବ । ଏହା ପୂର୍ବରୁ ନେଭମ୍ବର ୨୫ରେ ସମଲୈଙ୍ଗିକ ବିବାହକୁ ମାନ୍ୟତା ଦେବା ଆବେଦନର ଶୁଣାଣି ହୋଇଥିଲା ଯେଉଁଥିରେ ସରକାରଙ୍କୁ ନୋଟିସ ଜାରି କରାଯାଇଥିଲା । ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ କୁହାଯାଇଥିଲା । ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଆଇନତଃ ମାନ୍ୟତା ଦେବା ପାଇଁ ମାମଲାର ପରୀକ୍ଷଣ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/32-11.jpg)