କନକ ବ୍ୟୁରୋ: ନିଟ୍ ମାମଲାରେ ଘୁଞ୍ଚିଲା ଶୁଣାଣି । ସୁପ୍ରିମକୋର୍ଟର ସ୍ବତନ୍ତ୍ର ବେଞ୍ଚ୍ ନିଟ୍ ଶୁଣାଣିକୁ ଆସନ୍ତା ୧୮ ତାରିଖ ଯାଏଁ ଘୁଞ୍ଚାଇ ଦେଇଛନ୍ତି । ଗୋଟିଏ ପକ୍ଷର ସତ୍ୟପାଠ ଦାୟର ହୋଇନଥିବାରୁ ଆଜି ଶୁଣାଣିକୁ ସ୍ଥଗିତ ରଖିଥିଲେ କୋର୍ଟ । ଏପଟେ ମାମଲାରେ ସିବିଆଇ ଜାରି ରଖିଛି ଏହାର ତଦନ୍ତ । ହେଲେ ଏହାରି ଭିତରେ ପ୍ରଶ୍ନ ଉଠୁଛି ଯେ, କେବେ ମିଳିବ ଲକ୍ଷ ଲକ୍ଷ ଛାତ୍ରାଛାତ୍ରୀଙ୍କୁ ନ୍ୟାୟ?

Advertisment
  • ସୁପ୍ରିମକୋର୍ଟରେ ନିଟ୍ ମାମଲା
  • ସତ୍ୟପାଠ ଦାୟର ହୋଇନଥିବାରୁ ଶୁଣାଣି ସ୍ଥଗିତ
  • ଜୁଲାଇ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି

ଘୁଞ୍ଚିଲା ନିଟ୍ ମାମଲାର ଶୁଣାଣି। ଆସନ୍ତା ଜୁଲାଇ ୧୮ ତାରିଖରେ ମାମଲାର ଶୁଣାଣି ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ। ପ୍ରଶ୍ନପତ୍ର ଲିକ, ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ନେଇ କେନ୍ଦ୍ର ସରକାର ଏବଂ ଏନଟିଏ ସର୍ବୋଚ୍ଚ ଅଦାତଲରେ ସତ୍ୟପାଠ ଦାଖଲ କରିଥିଲେ। ଏହା ଉପରେ ଅଭିଯୋଗକାରୀଙ୍କ ପ୍ରତିକ୍ରିୟା ଆସିପାରିନଥିବାରୁ ମାମଲାର ଶୁଣାଣି ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ମାମଲାର ଶୁଣାଣି ପୂର୍ବରୁ ପ୍ରତିପକ୍ଷଙ୍କୁ ସେମାନଙ୍କ ପକ୍ଷ ରଖିବାକୁ ୭ ଦିନ ସମୟ ଦେଇଛନ୍ତି ସରକାର।

ତେବେ ନିଟ୍ ପରୀକ୍ଷାରେ ଅବ୍ୟବସ୍ଥା, ତ୍ରୁଟି, ପ୍ରଶ୍ନପତ୍ର ଲିକକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ୪୩ ପିଟିସନର ଆଜି ଶୁଣାଣି ହେବାର ଥିଲା। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥାନ୍ତୋ ଏହା ପୂର୍ବରୁ ଆଜି ସୁପ୍ରିମକୋର୍ଟରେ ସିବିଆଇ ତଦନ୍ତ ରିପୋର୍ଟର ଚାର୍ଜସିଟ୍ ଦାଖଲ କରିଥିଲା। ବୁଧବାର କେନ୍ଦ୍ର ସରକାର ଏନେଇ ଶପଥ ପାଠ ଦାଖଲ କରିଥିଲେ। ନିଟ୍-ୟୁଜି ୨୦୨୪ରେ ଅଳ୍ପ କିଛି ସ୍ଥାନରେ ତ୍ରୁଟି ହୋଇଛି ବୋଲି କହିଥିଲେ।