ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ : ଓଡିଶା ଦାଏର କରିଥିବା ଅଦାଲତ ଅବମାନନା ପିଟିସନର ଆଜି ହେବ ଶୁଣାଣି

Advertisment
ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ : ଓଡିଶା ଦାଏର କରିଥିବା ଅଦାଲତ ଅବମାନନା ପିଟିସନର ଆଜି ହେବ ଶୁଣାଣି

କନକ ବ୍ୟୁରୋ : ଆଜି ସୁପ୍ରିମକୋର୍ଟରେ ହେବ କୋଟିଆ ମାମଲାର ଶୁଣାଣି । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା କରିଛି ଓଡିଶା । ସୁପ୍ରିମକୋର୍ଟଙ୍କ ୧୯୬୮ ଓ ୨୦୦୬ର ନିର୍ଦ୍ଦେଶକୁ ଆନ୍ଧ୍ର ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି । କୋଟିଆରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ କରୁଥିବାରୁ ଏହାକୁ ବିରୋଧ କରି ଓଡିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଏନେଇ ଏକ ଆଇନଜୀବୀ ଦଳ ଓଡିଶା ପକ୍ଷରୁ ମାମଲା ପରିଚାଳନା କରିବେ । ଆସନ୍ତା ୧୩ ଓ ୧୭ ତାରିଖରେ କୋଟିଆର ତିନିଟି ଗାଁରେ ନିର୍ବାଚନ କରିବାକୁ ଆନ୍ଧ୍ର ଘୋଷଣା କରିବା ପରେ ବିବାଦ ତେଜିଥିଲା । ପୂର୍ବରୁ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe