କନକ ବ୍ୟୁରୋ : ଆଜି ସୁପ୍ରିମକୋର୍ଟରେ ହେବ କୋଟିଆ ମାମଲାର ଶୁଣାଣି । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା କରିଛି ଓଡିଶା । ସୁପ୍ରିମକୋର୍ଟଙ୍କ ୧୯୬୮ ଓ ୨୦୦୬ର ନିର୍ଦ୍ଦେଶକୁ ଆନ୍ଧ୍ର ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି । କୋଟିଆରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ କରୁଥିବାରୁ ଏହାକୁ ବିରୋଧ କରି ଓଡିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଏନେଇ ଏକ ଆଇନଜୀବୀ ଦଳ ଓଡିଶା ପକ୍ଷରୁ ମାମଲା ପରିଚାଳନା କରିବେ । ଆସନ୍ତା ୧୩ ଓ ୧୭ ତାରିଖରେ କୋଟିଆର ତିନିଟି ଗାଁରେ ନିର୍ବାଚନ କରିବାକୁ ଆନ୍ଧ୍ର ଘୋଷଣା କରିବା ପରେ ବିବାଦ ତେଜିଥିଲା । ପୂର୍ବରୁ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/2-13.jpg)