ଦିଲ୍ଲୀରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି : ପ୍ରଧାନ ବିଚାରପତି କହିଲେ, ଆନ୍ଦୋଳନ କରିବା କୃଷକଙ୍କ ଅଧିକାର; କିନ୍ତୁ ବନ୍ଦ କରି ପାରିବେନି ରାସ୍ତା

153

କନକ ବ୍ୟୁରୋ : ଦିଲ୍ଲୀ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହିଛନ୍ତି, ଆନ୍ଦୋଳନ କରିବା କୃଷକଙ୍କ ଅଧିକାର । କିନ୍ତୁ ଆନ୍ଦୋଳନ ପାଇଁ ରାସ୍ତାରୋକ କରି ପାରିବେ ନାହିଁ ଆନ୍ଦୋଳନକାରୀ । କି ସହରକୁ ବନ୍ଦ କରି ପରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେପଟେ ଆଜି ୨୨ ଦିନରେ ପ୍ରବେଶ କରିଛି ଦିଲ୍ଲୀରେ ଚାଷୀ ଆନ୍ଦୋଳନ । ଚାଷୀମାନେ ଦିଲ୍ଲୀ ସୀମାରେ ଶୀତ କାକରେ ଡେରା ପକାଇ ପଡି ରହିଛନ୍ତି ।

କେନ୍ଦ୍ର ସରକାର ନୂଆ କୃଷି ଆଇନ ରଦ୍ଦ ନକଲେ ଆଗକୁ ଏହି ଆନ୍ଦୋଳନ ଲଂବା ଚାଲିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା । ଚାଷୀ ସିଧାସଳଖ କହିଛନ୍ତି ଯେଉଁ ଦିନ କେନ୍ଦ୍ର ସରକାର ୩ଟି ଯାକ କୃଷି ଆଇନ ରଦ୍ଦ କରିଦେବେ, ସେହି ଦିନ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରିନେବେ । କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପାଂଚ ରାଉଣ୍ଡ କଥା ବାର୍ତା ବିଫଳ ହୋଇସାରିଛି । ଶାହାଙ୍କ ସହିତ କୃଷକ ସଂଗଠନଙ୍କ ଆଲୋଚନା ମଧ୍ୟ ବାଟ ବାହାର କରିପାରିନାହିଁ ।