ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି : ଉତ୍ତର ରଖିବାକୁ ଓଡିଶା ସରକାରଙ୍କୁ ୪ ସପ୍ତାହର ମହଲତ ଦେଲେ ସର୍ବୋଚ୍ଚ ନ୍ୟାୟଳୟ

ଆନ୍ଧ୍ରର ସତ୍ୟପାଠ ଉପରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

98

କନକ ବ୍ୟୁରୋ : କୋଟିଆ କଳିକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟଳୟ ସୁପ୍ରିମକୋର୍ଟଙ୍କ ଉପରେ ନଜର ରହିଥିଲା । ଓଡିଶା ପକ୍ଷରୁ ହୋଇଥିବା ଅଦାଲତ ଅବମାନନା ସଂପର୍କିତ ରିଟ ପିଟିସନର ଆଜି ଶୁଣାଣୀ ହୋଇଛି । ଆବେଦନର ଶୁଣାଣୀ କରି ସୁପ୍ରିମକୋର୍ଟ ଓଡିଶାକୁ ୪ ସପ୍ତାହର ମହଲତ ଦେଇଛନ୍ତି । ଏହି ସମୟ ମଧ୍ୟରେ ଓଡିଶା ପ୍ରତି ଜବାବ ଦାଖଲ କରିବ ।

କାରଣ, ପୂର୍ବରୁ ୫୦ ପୃଷ୍ଟାର ସତ୍ୟପାଠ ଦାଖଲ କରି କୋଟିଆର ୩ଟି ଗାଁ ନିଜର ବୋଲି ଦର୍ଶାଇଥିଲା ଆନ୍ଧ୍ର । ପଡୋଶୀର ଏଭଳି ଅଭିଯୋଗକୁ କୋର୍ଟରେ କାଉଂଟର କରିଛି ଓଡିଶା । ୨୦୧୧ ଜନଗଣନା ରିପୋର୍ଟ ଏବଂ ୨୦୧୪ ଓ ୨୦୧୯ ନିର୍ବାଚନ ସଂପର୍କିିତ ତଥ୍ୟ ଉପସ୍ଥାପନ କରି ଆନ୍ଧ୍ରର ଦାବିକୁ ଖଣ୍ଡନ କରାଯାଇଛି । ତେବେ ଆନ୍ଧ୍ର ପକ୍ଷରୁ ହୋଇଥିବା ଦାବିକୁ କାଉଂଟର କରିବା ପାଇଁ ଓଡିଶାକୁ ଦସ୍ତାବିଜ ଦାଖଲ କରିବା ପାଇଁ କହିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।