ନିର୍ବାଚନ କମିଶନ ନିଯୁକ୍ତିକୁ ନେଇ ସରକାର-ସୁପ୍ରିମକୋର୍ଟ ମୁହାଁମୁହିଁ । ଆଇନ ମନ୍ତ୍ରୀ କହିଲେ ନିଯୁକ୍ତି ପ୍ରକିୟାରେ ବିଚାରପତିମାନେ ସାମିଲ ହେଲେ କିଏ କରିବ ବିଚାର କାର୍ଯ୍ୟ

221

କନକ ବ୍ୟୁରୋ: ନିର୍ବାଚନ କମିଶନ ନିଯୁକ୍ତି ଏବଂ କଲେଜିୟମ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ସରକାର ଉପୁଜିଥିବା ବିବାଦ ଥମିବାର ନାଁ ଧରୁନି । ଗତକାଲି ପୁଣି ମୁହାଁମୁହିଁ ହୋଇଛନ୍ତି ସୁପ୍ରିମକୋର୍ଟ ଓ ସରକାର । ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନ, ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ପ୍ରଧାନ ବିଚାରପତି ଦ୍ୱାରା ଗଠିତ କମିଟି କରିବ ବୋଲି କେନ୍ଦ୍ର ସରକାର କହିଥିଲେ । କିନ୍ତୁ ଗତକାଲି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଖୋଲାଖୋଲି ଭାବେ ସୁପ୍ରିମକୋର୍ଟକୁ ବିରୋଧ କରିଛନ୍ତି । ବିଚାରପତିମାନେ ନିଯୁକ୍ତି ପ୍ରକିୟାର ଅଂଶବିଶେଷ ହେଲେ ବିଚାର କାର୍ଯ୍ୟ କରିଏ କରିବ ବୋଲି ପ୍ରଶ୍ନ ଉଠାଇଛନ୍ତି ରିଜିଜୁ ।

ନିର୍ବାଚନ କମିଶନ ନିଯୁକ୍ତି ସଂକ୍ରାନ୍ତରେ ପଚରା ଯାଇଥିବା ପ୍ରଶ୍ନରେ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏପଟେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ ବିଚାରପତି ନିଯୁକ୍ତି ପାଇଁ ଥିବା କଲେଜିୟମ ବ୍ୟବସ୍ଥାକୁ ସମର୍ଥନ କରିଛନ୍ତିି । ପ୍ରଧାନ ବିଚାରପତି କହିଛନ୍ତି, କୌଣସି ବ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ୍ ନୁହେଁ । କିନ୍ତୁ ଆମେ ସବୁଠାରୁ ଭଲ ବ୍ୟବସ୍ଥାର ବିକାଶ କରିଛୁ । ମୂଳ ଲକ୍ଷ ହେଉଛି ନ୍ୟାୟପାଳିକାର ସ୍ୱାଧୀନତାକୁ ସୁରକ୍ଷା ଦେବା । ଯଦି ନ୍ୟାୟପାଳିକାକୁ ସୁରକ୍ଷିତ ରଖିବାକୁ ହେବ ତେବେ ବାହ୍ୟ ଚାପରୁ ନ୍ୟାୟପାଳିକାକୁ ସୁରକ୍ଷା ଦେବାକୁ ପଡିବ । ତେବେ କଲେଜିୟମ ବ୍ୟବସ୍ଥାକୁ ନେଇ ସରକାରଙ୍କ ସହ ମତଭେଦକୁ ନେଇ ପ୍ରଧାନବିଚାରପତି କହିଛନ୍ତି, ମତଭେଦରେ ଭିନ୍ନତା ରହିବା କିଛି ଭୁଲ ନୁହେଁ । କିନ୍ତୁ ଏଭଳି ମତଭେଦକୁ ବଳିଷ୍ଠ ସାମ୍ବୀଧାନିକ ରାଷ୍ଟ୍ରନୀତିଜ୍ଞ ମନୋଭାବ ସହ ମୁକାବିଲା କରିବେ । ତେବେ ମାମଲା ପରିଚାଳନାରେ ସରକାରଙ୍କଠୁ କୌଣସି ଚାପନଥିବା କହିଛନ୍ତି ପ୍ରଧାନ ବିଚାରପତି ।