କନକ ବ୍ୟୁରୋ: ଗିରଫ ହେବେନି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ । ୧୦୦ କୋଟି ବଟି ଆଦାୟ ଅଭିଯୋଗରେ ଅଭିଯୁକ୍ତ ପରମବୀରଙ୍କୁ ସୁପ୍ରିମ କୋର୍ଯଙ୍କ ପକ୍ଷରୁ ମିଳିଛି ଏହି ବଡ ଆଶ୍ୱସ୍ତି । ଏହାସହ ଆସନ୍ତା ୪୮ ଘଂଟା ମଧ୍ୟରେ ପରମବୀର ସିବିଆଇ ଆଗରେ ହାଜର ହୋଇପାରନ୍ତି ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି ।

Advertisment

ପରମବୀର ଭାରତ ଭିତରେ ଅଛନ୍ତି । ସେ ବିଦେଶ ଯାଇନାହାଁନ୍ତି । ତାଙ୍କ ଜୀବନକୁ ବିପ ଥିବାରୁ ସେ ଲୋକଲୋଚନକୁ ଆସୁନାହାଁନ୍ତି । ସେ ଫେରାର ହେବାକୁ ଚାହାଁନ୍ତି ନାହିଁ ବରଂ ଏହି ମାମଲା ସିବିଆଇକୁ ହସ୍ତାନ୍ତର କଲେ ସେ ତୁରନ୍ତ ହାଜର ହେବେ ବୋଲି ସୁପ୍ରିମ କୋର୍ଟରେ କହିଛନ୍ତି ପରମବୀର ସିଂହଙ୍କ ଓକିଲ ପୁନୀତ ବାଲି ।

ତେବେ ପରମବୀରଙ୍କୁ ଧମକ ଦିଆଯାଉଛି ବୋଲି କହିବା ପରେ ପ୍ରମାଣ ଭାବେ ସେହି କଲର ଟ୍ରାନ୍ସକ୍ରିପ୍ଟ ଦେବାକୁ କହିଥିଲେ କୋର୍ଟ । ଏହାପରେ ଟ୍ରାନ୍ସକ୍ରିପ୍ଟ ମଧ୍ୟ ଦାଖଲ କରିଥିଲେ ଓକିଲ । ପରମବୀରଙ୍କ ବିରୋଧରେ ବିନା କାରଣରେ ଏକାଧିକ ମାମଲା ଦାଏର ହୋଇଛି । ନିଜ କାର୍ଯ୍ୟକାଳ ସମୟରେ ସେ ଯେଉଁ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ସେହିମାନେ ହିଁ ଷଡଯନ୍ତ୍ର କରି ତାଙ୍କ ବିରୋଧରେ ମାମଲା ଦାଏର କରିଥିବା କହିଥିଲେ ପୁନୀତ ବାଲି ।

କହିରଖୁଁ କି, ମୁମ୍ବାଇ ଏବଂ ଥାଣେରେ ପରମବୀର ସିଂଙ୍କ ବିରୋଧରେ ଦୁର୍ନୀତି ଏବଂ ପୁନରୁଦ୍ଧାର ର ୫ଟି ମାମଲା ରୁଜୁ ହୋଇଛି। ପରମବୀର ସିଂ ମାମଲା ସମାଧାନ ବଦଳରେ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ସେ ବିଲଡରଙ୍କଠାରୁ ୧୫ କୋଟି ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା । ମୁମ୍ବାଇର ପରମବୀର ସିଂଙ୍କ ସମେତ ୬ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପରମବୀର ସିଂଙ୍କୁ ମଧ୍ୟ ଆଣ୍ଟିଲିଆ ବୋମା ମାମଲାରେ ୍ୱଧ୍ୟ ସମନ ହୋଇଥିଲା ।ପରମବୀର ସିଂ ଅନିଲ ଦେଶମୁଖଙ୍କ ବିରୋଧରେ ଅନୁସନ୍ଧାନରୁ ପଳାୟନ କରିଥିବା ଅଭିଯୋଗ ମଧ୍ୟ ରହିଛି । ଏନଆଇଏର ୪ ଟି ସମନ ସତ୍ତ୍ୱେ ପରମବୀର ସିଂ କୋର୍ଟରେ ହାଜର ହୋଇନଥିଲେ। ଅଗଷ୍ଟରେ ପରମବୀର ସିଂଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା।