କନକ ବ୍ୟୁରୋ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କ ଜାମିନ ଅବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ସିବିଆଇ ଓ ଇଡି ଦ୍ୱାରା ସିସୋଦିୟାଙ୍କ ବିରୋଧରେ ଯାଞ୍ଚ କରାଯାଇଥିବା ମାମଲା ଗୁଡିକ ଉପରେ ଜଷ୍ଟିସ୍୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଏସଭିଏନ୍ ଭଟ୍ଟଙ୍କ ଖଣ୍ଡପୀଠ ରାୟ ଦେଇଛନ୍ତି ।
ଦିଲ୍ଲୀ ଅବକାରୀ ନୀତି ଓ ସିସୋଦିୟାଙ୍କ ବିରୋଧରେ ଥିବା ମାମଲାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ସିବିଆଇ ଏବଂ ଇଡିକୁ ପ୍ରଶ୍ନ କରିଥିଲେ । ଅବକାରୀ ଦୁର୍ନୀତିରେ ସିସୋଦିୟା ପେବୃଆରୀରୁ ଜେଲରେ ଅଛନ୍ତି । ଏହା ପର୍ବରୁ ମଧ୍ୟ ସିସୋଦିୟାଙ୍କ ଜାମିନ୍ ଆବଦେନ ଉପରେ ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ । ତାଙ୍କ ବିରୋଧରେ ଦୁଇ ଅଲଗା ଅଲଗା ମାମଲାରେ ସିସୋଦିୟା ପୁନର୍ବାର ଜାମିନ୍ ଆବେଦନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/10/Capture-49.jpg)