କନକ ବ୍ୟୁରୋ : ନିଟ ପିଜି ପରୀକ୍ଷା ସ୍ଥଗିତ ପାଇଁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ । ଅଗଷ୍ଟ ୧୧ରେ ପରୀକ୍ଷା ଅନୁଷ୍ଠିତ ହେବ ,ଶେଷ ସମୟରେ ଏଭଳି ଆବେଦନ ଉପରେ ଶୁଣାଣୀ ସମ୍ଭବ ନୁହେଁ କହି କୋର୍ଟ ଖାରଜ କରିଛନ୍ତି ।ଆବେଦନରେ କୁହାଯାଇଥିଲା କିଛି ପରିକ୍ଷାର୍ଥୀ ନିର୍ଦ୍ଦାରିତ ସମୟରେ ପରିକ୍ଷାକେନ୍ଦ୍ର ପହଁଚିବା ସହଜ ହେଉନି । ଟ୍ରେନ ଟିକେଟ ମିଳୁନି, ବିମାନ ଭଡା ଅଧିକ ଥିବାରୁ ସେମାନଙ୍କୁ ସମସ୍ୟା ହେଉଛି । ତେଣୁ ପରୀକ୍ଷା ପାଇଁ ନୂଆ ତାରିଖ ସ୍ଥିର କରାଯାଉ ।କୋର୍ଟ କହିଥିଲେ ଶେଷ ସମୟରେ ଏଭଳି ନିଷ୍ପତି ନେବା ଯୁକ୍ତିଯୁକ୍ତ ନୁହେଁ କାରଣ ଏହା ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ଭବିଷ୍ୟତର କଥା ।କେବଳ ୫ଜଣଙ୍କ ପାଇଁ ୨ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ବିପଦରେ ପକାଇହେବନି । ଆବେଦନକାରୀ ଏକଥା ମଧ୍ୟ ଯୁକ୍ତି କରିଥିଲେ ପରୀକ୍ଷା ଘୁଂଚାଇବାକୁ ତାଙ୍କ ନିକଟକୁ ୫୦ହଜାର ଫୋନମେସେଜ ଅନୁରୋଧ ଆସିଛି ।ଅଗଷ୍ୟ ୧୧ରେ ୧୮୫ସହରରେ ଅନୁଷ୍ଠିତ ହେବ ନିଟ ପିଜି ପରିକ୍ଷା ।ଜୁନ ୨୧ରେ ପରୀକ୍ଷା ପାଇଁ ଦିନ ସ୍ଥିର ହୋଇଥିଲା ।ତେବେ ନିଟ ୟୁଜି ବିବାଦରେ ଏହାକୁ ଘୁଂଚାଯାଇଥିଲା ।

Advertisment