ପତଞ୍ଜଳୀ କ୍ଷମା ବିଜ୍ଞାପନକୁ ସୁପ୍ରିମକୋର୍ଟଙ୍କ ଖାରଜ: କୋର୍ଟଙ୍କ ପ୍ରଶ୍ନ, ଯେତିକି ବଡ ଥିଲା ବିଭ୍ରାନ୍ତିକର ବିଜ୍ଞାପନ, କ’ଣ ସେତିକି ଥିଲା କି କ୍ଷମା ପ୍ରାର୍ଥନାର ଆକାର

190

କନକ ବ୍ୟୁରୋ: ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ଯୋଗ ଗୁରୁବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ସମସ୍ୟା କମ ହେବା ନା ନେଉନି । ମାମଲାରେ ଶୁଣାଣୀ କରି ଉଭୟଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଶୁଣାଣୀ କରି କୋର୍ଟ ପଚାରିଛନ୍ତି ଆପଣଙ୍କ ବିଜ୍ଞାପନ ଯେଉଁ ଆକାରର ଥିଲା ସେତିକି ଆକାରର କି କ୍ଷମା ପ୍ରାର୍ଥନା ବିଜ୍ଞାପନ ହୋଇଛି କି? ଛୋଟିଆ ଆକାରରେ କ୍ଷମା ବିଜ୍ଞାପନ ଯଥେଷ୍ଟ ନୁହେଁ କହି କୋର୍ଟ ପୁଣି ଥରେ ଏହାକୁ ବଡ ଆକାରରେ ପ୍ରକାଶ କରିବାକୁ କହିଛନ୍ତି । ଉତର ରଖି ପତଞ୍ଜଳି ପକ୍ଷରୁ କୁହାଯାଇଛି ଯେ ୬୭ ଖବରକାଗଜରେ କ୍ଷମା ମଗାଯାଇଛି । ବିଜ୍ଞାପନର ମୂଲ୍ୟ ୧୦ଲକ୍ଷ ଟଙ୍କା । କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସାମ୍ବାଦିକ ସମ୍ମିଳନୀ କରିବା ଓ ବିଜ୍ଞାପନରେ ଭୁଲ ଦାବି କରିବାକୁ ନେଇ ପତଞ୍ଜଳୀ କ୍ଷମା ମାଗିଛି । ଏଥିସହ ପତଞ୍ଜଳୀ କହିଛି ସୁପ୍ରିମକୋର୍ଟଙ୍କ ଗାରିମାକୁ ପତଞ୍ଜଳୀ ସମ୍ମାନ କରେ ଓ ଭବିଷ୍ୟତିରେ ଏଭଳି ଭୁଲ ଆଉ ହେବ ନାହିଁ । ତେବେ କ୍ଷମା ପ୍ରାର୍ଥନାକୁ କୋର୍ଟ ଗ୍ରହଣ କରି ନାହାଁନ୍ତ । କ୍ଷମା ପ୍ରାର୍ଥନାକୁ ବିଜ୍ଞାପନରେ ପୁଣି ଥରେ ବଡ ଆକାରରେ ଜାରି କରିବାକୁ କୋର୍ଟ ରାମଦେବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୩୦ ଏପ୍ରିଲରେ ଉଭୟଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଉଛି । ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଅମାନୁତୁଲାଙ୍କ ଦ୍ୱାରା ଖଣ୍ଡପୀଠ ମାମଲାର ଶୁଣାଣୀ କରିଥିଲେ । ପୂର୍ବ ଶୁଣାଣରେ କୋର୍ଟ ଏମାନଙ୍କୁ ୭ଦିନ ଭିତରେ ଭୁଲ ସୁଧାରିବାକୁ ଓ କ୍ଷମା ମାଗିବାକୁ କହିଥିଲେ । କୋର୍ଟ ପ୍ରଶ୍ନ କରିଛନ୍ତି କ୍ଷମା ମାଗିବାରେ ଏତେ ବିଳମ୍ବ କ’ଣ ପାଇଁ କରାଗଲା । ଏନେଇ ରାମଦେବ ଓ ବାଲକ୍ରିଷ୍ଣାଙ୍କ ଉପରେ ବର୍ଷିଛନ୍ତି କୋର୍ଟ ।