କନକ ବ୍ୟୁରୋ : ଓଡିଶାରେ ପୋଲିସ-ଓକିଲଙ୍କ ମଧ୍ୟରେ ଲାଗିରହିଥିବା ବିବାଦରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ । ମିଳିଥିବା ସୂଚନା ଅନୁସାରେ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାରଙ୍କ ମାମଲା ସଂକ୍ରାନ୍ତ ଆେବଦନ ଉପରେ ଶୁଣାଣି କରିବାକୁ ଯାଇ ଗତକାଲି ସୁପ୍ରିମକୋର୍ଟ ପୁଲିସ-ଓକିଲ ବିବାଦ ମାମଲାରେ ହସ୍ତକ୍ଷେପ କରିଛନ୍ତି। ଓଡ଼ିଶା ହାଇେକାର୍ଟର ଆଇନଜୀବୀଙ୍କ ଦ୍ୱାରା ଜାରି ହୋଇଥିବା ଆନ୍ଦୋଳନକୁ କ୍ରାଇମବ୍ରାଞ୍ଚଙ୍କୁ ହସ୍ତାନ୍ତର କରିବା ପାଇଁ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇଜି କ୍ରାଇମବ୍ରାଞ୍ଚ ଏସପିଙ୍କ ସହାୟତାେର ତଦନ୍ତ କରିେବ ବୋଲି କୋର୍ଟ କହିଛନ୍ତି। ସମସ୍ତ ତଦନ୍ତଭାର ଆଇଜି ପୁଲିସଙ୍କ ଅଧୀନରେ ରହିବ ଓ ସେ ସତ୍ୟତା ଓ ବସ୍ତୁନିଷ୍ଠ ଘଟଣାର ତଦନ୍ତ କରିବେ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ୍ ଖାନ୍ ଵିଲକର ଓ ବିଚାରପତି ଡି ଵାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଆଶା ପ୍ରକାଶ କରିଛନ୍ତି।
କୋଣାର୍କ ମନ୍ଦିର, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂପର୍କରେ ଅରୁଚିକର ମନ୍ତବ୍ୟ ତଥା ଅପଶବ୍ଦ ବ୍ୟବହାର ଘଟଣାରେ ଜାମିନରେ ଥିବା ଅଭିଜିତ ଆୟାର ମିତ୍ର ଆଜି ପୁରୀ ପୁଲିସ ନିକଟରେ ହାଜର ହେବାରେ ଥିଲା। ଏହା ପୂର୍ବରୁ ସେ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାରେ ଥିଲା । ମାତ୍ର ବାର୍ ଆସୋସିଏସନ ଆନ୍ଦୋଳନରେ ଥିବାରୁ ତାଙ୍କର ସ୍ବାଧୀନତା ବ୍ୟାହତ ହେଉଛି। ଏଭଳି ଅଭିେଯାଗ ଆଣି ସେ ସର୍ବୋଚ୍ଚ ନ୍ୟାୟାଳୟରେ ରିଟ୍ ପିଟିସନ୍ ଦାଖଲ କରିଥିଲେ।
ଶୁଣାଣି ସମୟରେ ଖଣ୍ଡପୀଠ ଏ ସଂପର୍କରେ ରାଜ୍ୟ ସରକାରଙ୍କ ଓକିଲ ଶିବ ଶଙ୍କର ମିଶ୍ରଙ୍କ ଠାରୁ ଜାଣିବାକୁ ଚାହିଁଥିଲେ। ପୁଲିସ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧୀନ ଥିବା ବିରୋଧରେ ପୁଲିସ ଓ ବାର୍ ଆସୋସିଏସନ୍ ମଧ୍ୟରେ ବିବାଦ ଥିବା ସେ ନେଇ ଖଣ୍ଡପୀଠକୁ ଅବଗତ କରିଥିଲେ।ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ଓ ସମ୍ବନ୍ଧିତ ଅନ୍ୟ ଆସୋସିଏନକୁ ଆନ୍ଦୋଳନରୁ ନିବୃତ୍ତ ରହି କାର୍ଯ୍ୟରେ ଯୋଗଦେବା ପାଇଁ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/07/SupremeCourt-1.jpg)
/kanak/media/post_attachments/wp-content/uploads/2018/08/03VZORISSA3-HIGH_COURT.jpg)