କନକ ବ୍ୟୁରୋ: କର୍ଣ୍ଣାଟକ ସ୍କୁଲ ଓ କଲେଜ ମାନଙ୍କରେ ହିଜାବ ପିନ୍ଧିବାକୁ ଦାବି କରୁଥିବା ଛାତ୍ରଛାତ୍ରୀଙ୍କୁ ଲାଗିଛି ଶକ୍ତ ଝଟକା । ଏହି ମାମଲାର ତକ୍ରାଳ ଶୁଣାଣି କରିବାକୁ ମନା କରିଦେଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହି ଘଟଣାକୁ ନେଇ କୌଣସି ଭୁଲ ତଥ୍ୟା ପ୍ରଚାର ନକରିବାକୁ ସଂଖ୍ୟାଲଘୁ ଛାତ୍ରୀଙ୍କ ପକ୍ଷରୁ ଆବେଦନ କରିଥିବା ଓକିଲଙ୍କୁ କହିଛନ୍ତି କୋର୍ଟ । ପିଲାମାନଙ୍କର ପରୀକ୍ଷା ପାଖେଇ ଆସୁଛି । ତେଣୁ ଯେପରି ପାଠପଢାରେ କିଛି ବ୍ୟାଘାତ ନଘଟେ ତେଣୁ ଏହି ପ୍ରସଙ୍ଗକୁ ନେଇ କୌଣସି ଗୁଜବ ସୃଷ୍ଟି ନକରି ବରଂ ଅପେକ୍ଷା କରିବାକୁ କହିଛନ୍ତି ସୁପ୍ରିମକୋର୍ଟ ।
ଏହା ପୂର୍ବରୁ ଏହି ମାମଲାକୁ କର୍ଣ୍ଣାଟକ କୋର୍ଟ ଖାରଜ କରିଦେଇଥିଲେ । ହିଜାବ ପିନ୍ଧିବା ଇସ୍ଲାମ ଧର୍ମର ଅଂଶ ବିଶେଷ ନୁହେଁ । ତେଣୁ ଶିକ୍ଷାନଷ୍ଠାନମାନଙ୍କରେ ସମସ୍ତ ସଂଖ୍ୟାଲଘୁ ଛାତ୍ରୀ ହିଜାବ ପିନ୍ଧିବାକୁ ବାଧ୍ୟ ବୋଲି କହିଥିଲେ କର୍ଣ୍ଣାଟକ କୋର୍ଟ । ହେଲେ ଏହାକୁ ଚ୍ୟାଲେଂଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ଅପିଲ କରିଥିଲେ ଦୁଇ ସଖ୍ୟାଲଘୁୁ ଛାତ୍ରୀ । ଏବଂ ତାଙ୍କୁ ନିଜ ସମ୍ପ୍ରଦାୟର ଛାତ୍ରୀମାନେ ସମର୍ଥନ କରିଥିଲେ ।