କନକ ବ୍ୟୁରୋ : ରମଜାନ ପାଇଁ ଭୋଟଦାନ ସକାଳ ୫ଟାରୁ କରିବାର ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ନିର୍ବାଚନ ଆୟୋଗ ମଧ୍ୟ ଏହି ଦାବିକୁ ଅବ୍ୟବହାରିକ କହି ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି କି, ସମୟ ନିର୍ଦ୍ଧାରଣ କରିବା ନିର୍ବାଚନ ଆୟୋଗର ଅଧିକାର । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମୟ ପର୍ଯ୍ୟାପ୍ତ । ସକାଳ ୭ଟାରୁ ଏତେ ଗରମ ହୁଏନି କି ଭୋଟଦାନ କରାଯାଇପାରିବ ନାହିଁ ।
କ’ଣ ଥିଲା ମାମଲା ?
ଏହା ପୂର୍ବରୁ ଓକିଲ ନିଜାମ ପାଶା ରମଜାନ ଓ ଗରମକୁ ଦେଖି ଶେଷ ପର୍ଯ୍ୟାୟ ମତଦାନର ସମୟକୁ ପରିବର୍ତ୍ତନ କରିବାକୁ ଦାବି କରିଥିଲେ । ତେବେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗକୁ ଏହି ମାମଲାର ବିଚାର କରିବାକୁ କହିଥିଲେ । କିନ୍ତୁ ନିର୍ବାଚନ ଆୟୋଗ ଏହାକୁ ମନା କରିଦେଇଥିଲେ । ସୂଚନାଯୋଗ୍ୟ, ଯେବେ ଲୋକସଭା ନିର୍ବାଚନ ତାରିଖର ଘୋଷଣା କରିଥିଲେ, ସେତେବେଳେ ଲୋକସଭା ନିର୍ବାଚନ ମଝିରେ ରମଜାନ ପଡୁଥିବାରୁ ଆପତ୍ତି ଉଠିଥିଲା । ଏହା ଉପରେ ଲଖନଉର ମୌଲାନା ଆୟୋଗକୁ ସମୟରେ ପରିବର୍ତ୍ତନ କରିବାକୁ ଦାବି କରିଥିଲେ ।
ଲୋକସଭା ନିର୍ବାଚନ କାର୍ଯ୍ୟକ୍ରମକୁ ନେଇ ଉତ୍ପନ୍ନ ହୋଇଥିବା ବିବାଦ ଉପରେ ନିର୍ବାଚନ ଆୟୋଗ କହିଥିଲା କି, “ରମଜାନର ପୁରା ମାସ ପାଇଁ ନିର୍ବାଚନ ସ୍ଥଗିତ କରିବା ସମ୍ଭବ ନୁହଁ । ମୁଖ୍ୟ ପର୍ବ ଦିନ ଓ ଶୁକ୍ରବାରକୁ ନିର୍ବାଚନ ମୁକ୍ତ ରଖାଯାଇଛି ।” ୭ଟି ପର୍ଯ୍ୟାୟ ଲୋକସଭା ନିର୍ବାଚନ ୧୧ ଏପ୍ରିଲରୁ ୧୯ ମେ’ ପର୍ଯ୍ୟନ୍ତ ହେବ । ଭୋଟ୍ ଗଣତି ୨୩ ମେ’ ରେ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/380231-supreme-court.jpg)
/kanak/media/post_attachments/wp-content/uploads/2019/05/e57tak68_jammu-and-kashmir-lok-sabha-polls-voting-pti-650_625x300_02_May_19-300x185.jpg)