ବଢିଲା ଆଶିଷ ମିଶ୍ରାଙ୍କ ଅଡୁଆ: କେନ୍ଦ୍ରମନ୍ତ୍ରୀ ପୁଅଙ୍କ ଜାମିନ ରଦ୍ଦ, ସପ୍ତାହେ ଭିତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ

147

କନକ ବ୍ୟୁରୋ: ଲଖିମପୁର ଖେରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଅଡୁଆ ପୁଣିଥରେ ବଢିଯାଇଛି । ଆଶିଷ ମିଶ୍ରାଙ୍କ ଜାମିନ ରବ୍ଦ ହୋଇଛି । ସୁପ୍ରିମକୋର୍ଟ ଇଲାହାବାଦ ଉଚ୍ଚ ନ୍ୟାୟାଳୟର ନିଷ୍ପତିକୁ ରବ୍ଦ କରିଦେଇଛନ୍ତି । ସୁପ୍ରିମକୋର୍ଟ ସୋମବାର ଶୁଣାଣି କରି ଏକ ସପ୍ତାହ ମଧ୍ୟରେ ସଂରେଣ୍ଡର କରିବାକୁ ଆଶିଷ ମିଶ୍ରାଙ୍କୁ ଆଦେଶ ଦେଇଛନ୍ତି ।

ଲଖିମପୁର ଖେରୀ ଚାଷୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଅଡୁଆ ପୁଣିଥରେ ବଢିଯାଇଛି । କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ଓରଫ ଟେନିଙ୍କର ପୁଅ ଆଶିଷ ମିଶ୍ରାଙ୍କ ଜାମିନ ରବ୍ଦ ହୋଇଛି । ଏହି ମାମଲାରେ ସୁପ୍ରିମକୋର୍ଟ ବଡ ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟ ଇଲାହାବାଦ ଉଚ୍ଚ ନ୍ୟାୟାଳୟର ନିଷ୍ପତିକୁ ରବ୍ଦ କରିଦେଇଛନ୍ତି । ସୁପ୍ରିମକୋର୍ଟ ସୋମବାର ଶୁଣାଣି କରି ଏକ ସପ୍ତାହ ମଧ୍ୟରେ ଆଶିଷ ମିଶ୍ରାଙ୍କୁ ସଂରେଣ୍ଡର କରିବାକୁ ଆଦେଶ ଦେଇଛନ୍ତି । ପୀଡିତ ପରିବାର ଓ ବିଭିନ୍ନ ବିଷୟକୁୁ ବିଚାର କରି ଆଶିଷ ମିଶ୍ରାଙ୍କ ଜାମିନକୁ ତୁରନ୍ତ ରବ୍ଦ କରାଯାଇଛି । ଏହି ଘଟଣାରେ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଖାରଜ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଆଶିଷ ମିଶ୍ରାଙ୍କ ଜାମିନ୍ ନେଇ ଶୁଣାଣୀ କରି ସୁପ୍ରିମକୋର୍ଟ ୫ ଟି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ।

୧-ଅଲ୍ଲାହବାଦ୍ ହାଇକୋର୍ଟ ତରଫରୁ ପୀଡିତ ପକ୍ଷ ଶୁଣାଯାଇନଥିବା କହିଛନ୍ତି ସର୍ବୋଚ୍ଚ ନାୟାଳୟ
୨- ଆଶିଷ ମିଶ୍ରାଙ୍କୁ ଜାମିନ ଖାମଖିଆଲି ଭାବେ ଦିଆଯାଇଥିଲା ବୋଲି କୋର୍ଟ କହିଛନ୍ତି
୩- ଆଶିଷ ମିଶ୍ରାଙ୍କୁ ଜାମିନ ମିଳିଲେ କେସ୍ ପ୍ରଭାବିତ ହେବାର ସମ୍ଭାବନା ରହିଛି
୪- ଆଶିଷ ମିଶ୍ରା ଏକ ସପ୍ତାହ ମଧ୍ୟରେ ଆତ୍ମ ସମର୍ପଣ କରନ୍ତୁ

ଅନ୍ୟପଟେ ଆଶିଷ ମିଶ୍ରା ପୁଣିଥରେ ଜାମିନ ଆବେଦନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ତରଫରୁ ରୁ ସୁଯୋଗ ମଧ୍ୟ ଦିଆଯାଇଛି । ସୂଚନା ଯୋଗ୍ୟ ଫେବୃଆରୀ ୧୦ରେ ଆଶିଷ ମିଶ୍ରାଙ୍କୁ ଜାମିନ ଦେଇଥିଲେ ଅଲ୍ଲାହବାଦ୍ ହାଇକୋର୍ଟ । ଦୀର୍ଘ ୧୨୯ ଦିନ ଜେଲରେ କଟାଇବା ପରେ ୧୫ ଫେବୃଆରୀରେ ଜେଲରୁ ବାହାରିଥିଲେ ଲଖିମପୁର ଖେରୀ ଘଟଣାର ମୁଖ୍ୟ ଅଭିଯୁକ୍ତ । ଗତ ବର୍ଷ ଅକ୍ଟୋମ୍ବର ୩ ରେ କୃଷି ଆନ୍ଦୋଳନ ସମୟରେ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ମାଡାଇ ଦେଇଥିଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ । ଘଟଣାରେ ୪ ଜଣ କୃଷକଙ୍କ ସହ ୮ ଜଣଙ୍କ ଜୀବନ ଯାଇଥିଲା ।
ଲଖିମପୁର ଖେରୀ ଘଟଣାରେ ଛନ୍ଦି ହୋଇଯାଇଥିଲେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କର ପୁଅ ଆଶିଷ ମିଶ୍ରା । ଏମିତିକି ଅଜୟ ମିଶ୍ରାଙ୍କ ମନ୍ତ୍ରୀ ପଦରୁ ହଟାଇବା ପାଇଁ ମଧ୍ୟ ଚାରିଆଡୁ ଦାବି ହୋଇଥିଲା । ତେବେ କୃର୍ଷି ଆନ୍ଦୋଳନର ନେତୃତ୍ୱ ନେଇଥିବା ରାକେଶ୍ ଟିକାୟତ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ।