କନକ ବ୍ୟୁରୋ : ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କ ମାମଲାରେ ଗୁଜରାଟ ହାରାକୋର୍ଟ ସୁରଟ କୋର୍ଟର ରାୟକୁ କାଏମ୍ ରଖିଥିବା ବେଳେ ସୁପ୍ରିମକୋର୍ଟ ଅନ୍ୟ ଏକ ମାମଲାରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ସିନ୍ଧିଆଙ୍କ ରାଜ୍ୟସଭା ସାଂସଦ ପଦକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଏକ ମାମଲାର ଶୁଣାଣି ପାଇଁ କୋର୍ଟ ମନା କରିଦେଇଛନ୍ତି ।

Advertisment

ସୂଚନା ମୁତାବକ ମଧ୍ୟପ୍ରଦେଶ କଂଗ୍ରେସ ନେତା ଗୋବିନ୍ଦ ସିଂ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଯେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ୨୦୧୮ରେ ଭୋପାଳର ଶ୍ୟମଲା ହିଲ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ହେଲେ ସିନ୍ଧିଆ ରାଜ୍ୟସଭା ନିର୍ବାଚନରେ ନାମାଙ୍କନ ଭରିବା ବେଳେ ଏହି ମାମଲାର ସୂଚନା ଦେଇନଥିଲେ । ତେଣୁ ତଥ୍ୟ ଲୁଚାଇବା ଅପରାଧରେ ତାଙ୍କ ରାଜ୍ୟସଭା ସାଂସଦ ପଦ ରଦ୍ଦ କରାଯାଉ ବୋଲି ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ହେଲେ କୋର୍ଟ ଏହି ଆବେଦନ ଉପରେ ଶୁଣାଣି କରିବାକୁ ଅଗ୍ରାହ୍ୟ କରିଦେଇଛନ୍ତି ।