ଦୀପାବଳିରେ କେଉଁ ବାଣ ଫୁଟାଇବେ? ସୁପ୍ରିମକୋର୍ଟଙ୍କ କଟକଣା ପରେ ସୃଷ୍ଟି ହେଲା ଦ୍ୱନ୍ଦ୍ୱ, ସବୁଜ ବାଣ ଫୁଟାଇବା ପାଇଁ ପରାମର୍ଶ ଦେଲେ ପରିବେଶବିତ୍

411

କନକ ବ୍ୟୁରୋ : ପରିବେଶ ପ୍ରଦୂଷଣକୁ ନେଇ କିଛି ରାଜ୍ୟରେ ଭୟଙ୍କର ପରିବେଶ ଦେଖାଦେଇଛି । ଆଗକୁ ଆସୁଛି ଦୀପାବଳୀ । ଆଉ ଏହି ସମୟରେ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣଫୁଟା ଉପରେ କଡା କଟକଣା ଜାରି କରିଛନ୍ତି ସୁପ୍ରିମକୋର୍ଟ । ତେଣୁ ଘାତକ ଓ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଉପରେ ବ୍ୟାନ ଲଗାଇଛନ୍ତି ସୁପ୍ରିମକୋର୍ଟ ।

ଏବେ ଆସନ୍ତୁ ଜାଣିବା କେଉଁ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ ଫୁଟାଇବାକୁ ସବୁଜ ସଙ୍କେତ ଦେଇଛନ୍ତି ।
ସବୁଜ ବାଣ ଫୁଟାଇବା ଉପରେ କୌଣସି ପ୍ରତିବନ୍ଧକ ନାହିଁ
ଅତ୍ୟଧିକ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଉପରେ ବ୍ୟାନ
ବୋରିୟମ ସଲ୍ଟ ଓ ରାସାୟନିକ ସାମଗ୍ରୀ ବ୍ୟବହାରକାରୀ ବାଣ ଉପରେ ରୋକ୍
ବାଣ ଦୋକାନରେ କେବଳ ସବୁଜ ବାଣ ବିକ୍ରି ହୋଇପାରିବ
ସୁପ୍ରିମକୋର୍ଟ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବି ସବୁ ଜିଲ୍ଲା ପାଇଁ କିଛି ନିର୍ଦ୍ଦେଶନାମା ଜାରି କରିଛି । ଏଥି ଅନୁସାରେ,
– ୧୨୫ ଡେସିବିଲରୁ ଅଧିକ ଶଦ୍ଦ ପ୍ରଦୂଷଣ ବାଣ ନିଷେଧ
– ସକାଳ ୬ଟାରୁ ରାତି ୧୦ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି
– ଅଧିକ ଶଦ୍ଦ ଓ ପ୍ରଦୂଷଣ କରୁଥିବା ବାଣ ଫୁଟାଇପାରିବେ ନାହିଁ

ତେବେ ଦୀପାବଳିରେ ସବୁଜ ବାଣ ଫୁଟାଇବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ନ୍ୟାସନାଲ ଏନଭରମେଂଟାଲ ଇଞ୍ଜିନିୟରିଂ ରିସର୍ଚ ଇନଷ୍ଟିଚ୍ୟୁଟ, ସିଏସଆଇଆର ଦ୍ୱାରା ଚିହ୍ନଟ ହୋଇଛି ଏହି ବାଣ ।
-ଏହି ବାଣରେ ସବୁଜ ରଙ୍ଗ ଲୋଗୋ ଥାଏ
-ସବୁଜ ବାଣ ଧୂଆଁ କିମ୍ବା ପାଉଁଶ ସୃଷ୍ଟି କରେ ନାହିଁ
-ବାଣ ଫୁଟିଲେ ଏହାର ଶଦ୍ଦ ୧୧୦ରୁ ୧୨୫ ଡେସିମିଲ ମଧ୍ୟରେ ସୀମିତ ଥାଏ
-ଏହି ବାଣ ପରିବେଶକୁ କୌଣସି କ୍ଷତି ପଂହଚାଇନଥାଏ ଓ ପ୍ରଦୂଷଣ ରହିତ ହୋଇଥାଏ ।

ରାସାୟନିକ ସାମଗ୍ରୀ ଯୋଗୁଁ ଘାତକ ହେଉଛି ବାୟୁ ପ୍ରଦୂଷଣ । ତେଣୁ ଶଦ୍ଦ ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।