ସୁପ୍ରିମକୋର୍ଟରେ ଆଗକୁ ହେବ କଣ ତା ଉପରେ ଦେଶବାସୀଙ୍କ ନଜର । ଆଜି ଚର୍ଚ୍ଚା କରିବେ ବିଚାର ପ୍ରକ୍ରିୟା ସହ ଜଡିତ ସମସ୍ତ ବିଚାରପତି

309

କନକ ବ୍ୟୁରୋ : ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟରେ ଆଜି ହେବ କଣ । ଗତକାଲି ଶୁଣାଣି ସରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ । ଆଜି ଏହି ମାମଲାକୁ ନେଇ ପୁରା ବେଂଚ ବସିବ । ମାମଲାର ଶୁଣାଣି ସହିତ ଜଡିତ ସମସ୍ତ ବିଚାରପତି ଏକାଠି ବସି ରାୟକୁ ନେଇ ଚର୍ଚା ଆଲୋଚନା କରିବେ । ଆସନ୍ତା ୩ ଦିନ ମୋଲଡିଂ ଅଫ୍ ରିଲିଫ୍ ରହିବ । ଏଥିରେ ମାମଲାର ୩ ପକ୍ଷ ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟରେ ହଲଫନାମା ଦାଖଲ କରିବେ । ଏହା ପରେ ଆସନ୍ତା ୩୦ ଦିନ ଭିତରେ ଅର୍ଥାତ୍ ଅକ୍ଟୋବର ୧୭ରୁ ନଭେମ୍ୱର ୧୭ ମଧ୍ୟରେ ଆସିବ ଐତିହାସିକ ଅଯୋଧ୍ୟା ରାୟ । ତେବେ ଏହି ରାୟ ପ୍ରକାଶ ପାଇଁ ଏତେ ଦିନ ଲାଗିବାର କାରଣ ବି ରହିଛି । ଅଯୋଧ୍ୟା ମାମଲା ଦେଶର ସବୁଠାରୁ ଦୀର୍ଘ ସମୟ ଅର୍ଥାତ୍ ୧୭୦ ବର୍ଷ ଧରି ଚାଲିଥିବା ମାମଲା । ଏହାର ଅନେକ ପକ୍ଷ ରହିଛନ୍ତି । ଏନେଇ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ୩୦ ହଜାର ପୃଷ୍ଠାର ଦଲିଲ ରହିଛି ।

source : India today

ଏହାକୁ ଅନୁଧ୍ୟାନ କରିବା ସହ ବିଚାରପତି ଏ ସମ୍ପର୍କିତ ଅନ୍ୟ ଐତିହାସିକ ରାୟ, ବିଭିନ୍ନ ପୁରାଣର ଶ୍ଳୋକ, କବିତା ଓ ସାୟରିକୁ ବି ଦେଖିବେ । କାରଣ ଏସବୁ ରାୟରେ ସ୍ଥାନ ପାଇବ । ୫ ଜଣିଆ ବିଚାରପତି ଏହି କାରଣରୁ ଏହାର ରାୟ ପ୍ରକାଶ ପାଇଁ ସମୟ ନେଇଛନ୍ତି । ତେବେ ଆସନ୍ତା ନଭେମ୍ୱର ୧୮ ତାରିଖ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ୍ ରଂଜନ ଗୋଗଇଙ୍କ କାର୍ଯ୍ୟକାଳର ଶେଷ ଦିନ । ତେଣୁ ଏହାର ପୂର୍ବଦିନ ଅର୍ଥାତ୍ ନଭେମ୍ୱର ୧୭ ତାରିଖରେ ଦେଶର ଐତିହାସିକ ଅଯୋଧ୍ୟା ମାମଲାର ରାୟ ଶୁଣାଇବେ ବୋଲି ଦେଶବାସୀ ଆଶା ରଖିଛନ୍ତି । ତେବେ ଆସନ୍ତା ୩୦ ଦିନ ମଧ୍ୟରେ ଏହି ରାୟ ଆସିବ । ଗତ ୪୦ ଦିନ ଧରି ପ୍ରତିଦିନ ଶୁଣାଣି, ଦଲିଲ୍ ଉପସ୍ଥାପନ, ତର୍କ ବିତର୍କ ପରେ ଗତକାଲି ଅପରାହ୍ନ ୫ଟା ବେଳେ ଅଯୋଧ୍ୟା ମାମଲାର ଶୁଣାଣି ଶେଷ କରିଥିଲେ ସର୍ବୋଚ୍ଚ ଅଦାଲତ ।