୧୦ ଦିନ ମଧ୍ୟରେ ଏକ ମୁଦା ଲଫାପା ମଧ୍ୟରେ ଶୀର୍ଷ ଅଦାଲତରେ ରାଫେଲ୍ ଲଢୁଆ ବିମାନର ମୂଲ୍ୟ ଏବଂ ଅନ୍ୟାନ୍ୟ ବିବରଣୀ ଦାଖଲ କରିବାକୁ ବୁଧବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ରାଫେଲ୍ ଚୁକ୍ତି ସଂକ୍ରାନ୍ତ ବୈଷୟିକ ବିବରଣୀ ଚାହୁଁ ନାହିଁ ବୋଲି ସ୍ପଷ୍ଟ କରି ସୁପ୍ରିମ୍ କୋର୍ଟ । ସୁପ୍ରିମ କୋର୍ଟ ଆହୁରି କହିଛନ୍ତି ଯେ ସର୍ବସାଧାରଣଙ୍କୁ ନ ଜଣାଇ ହେବା ପରି ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ସରକାର ଗୋପନ ରଖି ପାରନ୍ତି।
ସୂଚନା ଅନୁଯାୟୀ, ଲଢୁଆ ବିମାନ ଖରିଦ କରିବାକୁ ଫ୍ରାନ୍ସ ସହ ଭାରତର ରାଜିନାମା ସଂକ୍ରାନ୍ତରେ ମନୋହର ଲାଲ୍ ଶର୍ମା ଏବଂ ବିନୀତ ଧନ୍ଦା ଫାଇଲ୍ କରିଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଖଣ୍ଡପୀଠ ଏ କଥା କହିଛନ୍ତି। ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ୍ କେ କେ ବେଣୁଗୋପାଳ କହିଲେ ଯେ ଏହି ଜେଟର ମୂଲ୍ୟ କିଛି ମାତ୍ରାରେ ଏକ୍ସକ୍ଲୁସିଭ୍ ଥିବାରୁ ତାହା ପ୍ରକାଶ କରିହେବ ନାହିଁ। ଏକଥାରେ ଶୀର୍ଷ ଅଦାଲତ କେନ୍ଦ୍ର ସରକାରଙ୍କୁ କହିଲେ କି, ରାଫେଲ୍ ଜେଟର ମୂଲ୍ୟ ଏକ୍ସକ୍ଲୁସିଭ୍ ଥିବାରୁ ତାହା ଜଣାଇ ହେବନାହିଁ ବୋଲି କେନ୍ଦ୍ର ସରକାର ଏକ ସତ୍ୟପତ୍ର ଦାଖଲ କରନ୍ତୁ।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/RafaleJets-621x414.jpg)