କନକ ବ୍ୟୁରୋ: ଏଣିକି ଫିଲ୍ମ ହଲରେ ଜାତୀୟ ସଙ୍ଗୀତ ଗାନ ବେଳେ ଆଉ ଛିଡା ହେବାକୁ ପଡିବନି । ଖୁବ୍ ଶୀଘ୍ର ଏ ସଂପର୍କିତ ନିୟମରେ ସୁଧାର ଆଣିପାରନ୍ତି ସୁପ୍ରିମକୋର୍ଟ । ସିନେମା ହଲରେ ଚଳଚ୍ଚିତ୍ର ପ୍ରଦର୍ଶନ ପୂର୍ବରୁ ଜାତୀୟ ସଙ୍ଗୀତ ବାଜିବ ଏବଂ ମାତୃଭୂମିକୁ ସମ୍ମାନ ସ୍ୱରୂପ ସମସ୍ତେ ଛିଡା ହେବା ବାଧ୍ୟତାମୂଳକ ବୋଲି ଗତବର୍ଷ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।
ସୁତରାଂ ଜାତୀୟ ସଂଗୀତ ପରିବେଷଣ ବେଳେ ଠିଆ ହେବାଟା ବାଧ୍ୟତାମୂଳକ କି ନୁହେଁ ତାହା ଏବେ ସରକାରଙ୍କ ନୀତି ନିର୍ଦ୍ଧାରଣ ଉପରେ ନିର୍ଭର କରୁଛି ବୋଲି ଚର୍ଚ୍ଚା ହେଉଛି । ସେହିପରି ଦେଶଭକ୍ତି କେବେ ଅଦାଲତଙ୍କ ଆଦେଶ ଦ୍ୱାରା ପର୍ଯ୍ୟବଷିତ ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ କହିବା ସହ ଜାତୀୟ ସଂଗୀତ ପରିବେଷଣ ବେଳେ କେହି ଛିଡ଼ା ହୋଇପଡ଼ିବା ଦେଶଭକ୍ତିର ପରିମାପକ ନୁହେଁ ବୋଲି ଟିପ୍ପଣୀ କରିଛନ୍ତି ।
ତେବେ ଏହି ନିର୍ଦ୍ଦେଶରେ ସୁଧାର ଆଣିବାକୁ ଚିନ୍ତା କରୁଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ନ୍ୟାସନାଲ ଫ୍ଲାଗ କୋଡ ଆଇନ ଉପରେ କେନ୍ଦ୍ର ସରକାରଙ୍କୁ ପୁନର୍ବିଚାର କରିବାକୁ କହିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ । ୨୦୧୬ ନଭେମ୍ବର ୩୦ରେ ସିନେମାହଲରେ ଜାତୀୟ ସଙ୍ଗୀତ ବାଜିବା ନିୟମକୁ ବାଧ୍ୟତାମୂଳକ କରିଥିଲେ ସୁପ୍ରିମକୋର୍ଟ । ଯଦି ଏହି ନିୟମରେ ସୁଧାର କରାଯାଏ ତେବେ ହୁଏତ ଆଉ ଜାତୀୟ ସଙ୍ଗୀତ ବାଜିବା ପୂର୍ବରୁ ଦର୍ଶକମାନେ ଛିଡା ହେବା ବାଧ୍ୟତାମୂଳକ ହୋଇ ନପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/5a308652-b6c6-11e6-93e2-9c0a12f13811.jpg)