କାହିଁକି ଦିଆଯିବନି ସମାନ ଦରମା ! ଅସ୍ଥାୟୀ ଅଧ୍ୟାପକ ଶୁଣାଣି ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ

ରୋହିଙ୍ଗ୍ୟା ମୁସଲମାନ୍ ଦେଶର ସୁରକ୍ଷା ପାଇଁ ବଡ଼ ବିପଦ ! ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାରଙ୍କ

Source: brighterkashmir.com

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ । ଅସ୍ଥାୟୀ ଅଧ୍ୟାପକ ଶୁଣାଣି ମାମଲାରେ ଆଜି ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଅସ୍ଥାୟୀ ଅଧ୍ୟାପକଙ୍କ ଦରମା ବୃଦ୍ଧି ମାମଲାରେ କୋର୍ଟ ଜବାବ ମାଗିଛନ୍ତି । ସରକାରୀ ଅଧ୍ୟାପକଙ୍କ ଦରମା ସହ ଅସ୍ଥାୟୀ ଅଧ୍ୟାପକଙ୍କ ଦରମା ଆସନ୍ତାବର୍ଷ ଅର୍ଥାତ୍ ଜାନୁଆରୀ ୧ ତାରିଖ ସୁଦ୍ଧା ସମାନ ହେବ କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଏହା ସହ ଅସ୍ଥାୟୀ ଅଧ୍ୟାପକମାନଙ୍କୁ ଅନ୍ୟାନ୍ୟ ସୁବିଧା ସୁଯୋଗ ଦିଆଯିବ କି ବୋଲି କୋର୍ଟ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି । ଯଦି ନ ଦିଆଯିବ ତେବେ ଏହାର କାରଣ ଦର୍ଶାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe