ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ସୁପ୍ରିମକୋର୍ଟଙ୍କ ଅନୁମତି । ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କୋର୍ଟ ଯାଇଥିଲେ କିଛି ଛାତ୍ରଛାତ୍ରୀ ।

236

କନକ ବ୍ୟୁରୋ : ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ଆଜି ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ନେଇ ପୂର୍ବରୁ ଅସନ୍ତୋଷ ତେଜିଥିଲା । ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କିଛି ଛାତ୍ରଛାତ୍ରୀ । ଆବେଦନକାରୀ ଛାତ୍ରଛାତ୍ରୀମାନେ ଅସନ୍ତୋଷ ଜାହିର କରିବା ସହ କେତେକ ପ୍ରସ୍ତାବ ଦେଇଥିଲେ । ମୂଲ୍ୟାୟନରେ କମ୍ପାର୍ଟମେଂଟ, ଫେଲ ହୋଇ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ, ଡ୍ରପ ଆଉଟ ଓ ଘରୋଇ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ଆବେଦନକାରୀ ଦାବି କରିଥିଲେ ।

ସିବିଏସଇର ନିଷ୍ପତି ସମ୍ବିଧାନ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ଦର୍ଶାଇଥିଲେ ଆବେଦନକାରୀ । ଏଥିସହ ପରୀକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ପାଇଁ ସ୍ୱାସ୍ଥ୍ୟ ସମ୍ପର୍କୀତ ସମସ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ଆବେଦନରେ ଦର୍ଶାଇଥିଲେ । ଆଇନଜୀବୀ ମଞ୍ଜୁ ଜେଠଲିଙ୍କ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିଥିଲେ ।

ଦ୍ୱାଦଶ ଛାତ୍ରଛାତ୍ରୀଙ୍କର କେମିତି ମୂଲ୍ୟାୟନ, କେଉଁ ଆଧାରରେ ହେବ ସେନେଇ ୧୭ ତାରିଖରେ ସୁପ୍ରିମକୋର୍ଟଙ୍କୁ ବିସ୍ତୃତ ତଥ୍ୟ ଦେଇଥିଲେ ସିବିଏସଇ କର୍ତୁପକ୍ଷ । ସିବିଏସଇର ଏହି ଫର୍ମୁଲାକୁ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ । ତେବେ ଆଜି ଏହି ମାମଲାର ଶୁଣାଣୀ କରି ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ଅର୍ଥାତ ପୂର୍ବ ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ମୂଲ୍ୟାୟନ କରାଯିବ ।