କନକ ବ୍ୟୁରୋ : ବାବାର ବେଶ ଧରି ହଜାର ହଜାର ଲୋକଙ୍କୁ ଠକିଥିବା ସାରଥି ବାବାଙ୍କ ମାମଲାରେ ନୂଆ ମୋଡ ଆସିଛି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏବେ ଶୁଣିବେ ସାରଥିଙ୍କ କଥା । ସାରଥି ଆବେଦନ କରିଛନ୍ତି ତାଙ୍କୁ ବେଲ୍ ଦିଆଯାଉ । ଉଚ୍ଚତମ ନ୍ୟାୟାଳୟରେ ସାରଥିଙ୍କ ଓକିଲ ଯୁକ୍ତି ବାଢିଛନ୍ତି ଯେ, ସାରଥି ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ତାଙ୍କ ବିରୋଧରେ ଷଡଯନ୍ତ୍ର ରଚା ଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭଗବାନର ବେଶ ଧରି ଲୋକଙ୍କୁ ପ୍ରବଚନ ଦେଉଥିବା ଏହି ବାବା ଇତି ମଧ୍ୟରେ ଦେଢ ବର୍ଷରୁ ଅଧିକ ସମୟ ଧରି ଜେଲରେ ରହି ସାରିଲେଣି । ଏବେ ସୁପ୍ରିମକୋର୍ଟ ତାଙ୍କର ଶେଷ ଭରସା ।
ଗୁରୁବାର ଠାରୁ ଶୁଣାଣୀ ଆରମ୍ଭ କରିଛନ୍ତି । ବିବାଦୟ ଯୁବତୀ ମାମଲାରେ ସାରଥିଙ୍କ ସ୍ପେଶାଲ ଲିଭ୍ ପିଟିସନକୁ ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ନିଜ ପକ୍ଷ ରଖିବା ପାଇଁ କୋର୍ଟ ସରକାରଙ୍କୁ ନୋଟିସ ଦେଇଛନ୍ତି । ଜଣେ ଯୁବତୀଙ୍କ ସହ ହାଇଦ୍ରାବାଦର ଏକ ହୋଟେଲରେ ସାରଥିଙ୍କ ରହଣୀକୁ ନେଇ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ହାଇଚଇ ଖେଳିଯାଇଥିଲା । ବଢିଥିଲା ଜନଅସନ୍ତୋଷ । ଯୁବତୀଙ୍କ ବୟାନ ଭିତିରେ ସାରଥୀଙ୍କ ବିରୋଧରେ ସଂଗୀନ ଦଫା ଲଗାଯାଇଥିଲା ।
ସାରଥିଙ୍କ ଗୁମର ଖୋଲିବା ପରେ ୨୦୧୫, ଅଗଷ୍ଟ ୮ ତାରିଖରେ କେନ୍ଦ୍ରାପଡା ବାରିମୂଳ ଆଶ୍ରମରୁ ତାଙ୍କୁ ଗିରଫ କରିଥିଲା ପୁଲିସ । ଡିସେମ୍ବର ୧୭ରେ ଏସଡିଜେଏମ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଥିଲା । ଆଉ ଏବେ ଜାମିନ ପାଇଁ ଚାଲିଛି ସାରଥିଙ୍କ ଲଢେଇ ।