ଯଦି ଆପଣଙ୍କ ଆଧାର ନମ୍ବର ଚୋରୀ କିମ୍ବା ଏହାର ଦୂରୁପଯୋଗକୁ ନେଇ ଚିନ୍ତିତ ରହୁଛନ୍ତି,ତେବେ ଏଭଳି ଉପାୟରେ କାର୍ଡର କରନ୍ତୁ ସୁରକ୍ଷା !

43

ଯଦି ଆପଣଙ୍କ ମନରେ କେବେ ଆଧାର କାର୍ଡ ହଜିଯିବା କିମ୍ବା କାର୍ଡର କୌଣସି ଦୂରୁପଯୋଗ ହେବା ନେଇ ଆଶଙ୍କା ଜନ୍ମେ ତେବେ ଏଭଳି ଉପାୟରେ ନିଜ ଆଧାର କାର୍ଡର ସୁରକ୍ଷା କରନ୍ତୁ । ତେବେ ଏହି କାମ ଆପଣ ଘରେ ବସି ହିଁ କରିପାରିବେ । କେନ୍ଦ୍ର ସରକାରଙ୍କ କହିବାନୁସାରେ ଆପଣଙ୍କ ବାୟୋମେଟ୍ରିକ୍ ବିନା ଅନୁମତିରେ କେହି ବି ଏହାର ଦୂରୁପଯୋଗ କରିପାରିବେ ନାହିଁ । କିନ୍ତୁ ଏତଦ୍ ପରିବର୍ତ୍ତେ ଆଧାର କାର୍ଡର ସୁରକ୍ଷା କରିବା ଆପଣଙ୍କ ହାତରେ ହିଁ ରହିଛି । ତେବେ ଆସନ୍ତୁ କିଭଳି ଆଧାର କାର୍ଡର ସୁରକ୍ଷା କରିବେ ସେ ବିଷୟରେ ଜାଣିବା । ଯେତେବେଳେ ମଧ୍ୟ ଆପଣଙ୍କୁ ଆଧାର ନମ୍ବର ଚୋରୀ ହେବା କିମ୍ବା ଏହାର ଦୂରୁପଯୋଗ ହେବା ଭଳି ମନେ ହେବ ତେବେ ଆପଣ ଏହାର ବାୟୋମେଟ୍ରିକ ଲକ୍-ଅନଲକ୍ କରିପାରିବେ ।

• କ’ଣ ଏହି ବାୟୋମେଟ୍ରିକ୍ ?

ଆପଣଙ୍କ ଆଙ୍ଗୁଠିର ଚିହ୍ନ ତଥା ଆଖିର ଚିହ୍ନ ହେଉଛି ବାୟୋମେଟ୍ରିକ୍ । ଯେତେବେଳେ ଆପଣ ନିଜର ବାୟୋମେଟ୍ରିକକୁ ଲକ୍ କରିଦିଅନ୍ତି,ତେବେ କୌଣସି ନକଲି ବାୟୋମେଟ୍ରିକ୍ କିମ୍ବା ଆପଣଙ୍କ ଭଳି ସ୍ପର୍ଶର ବାୟୋମେଟ୍ରିକ୍ ମଧ୍ୟ ଏହାକୁ ବ୍ୟବହାର କରିପାରିବ ନାହିଁ । ଯେଉଁ ପର୍ଯ୍ୟନ୍ତ ଆପଣ କାର୍ଡକୁ ଅନଲକ୍ କରିନାହାନ୍ତି ଏହାର କେହି ଅପଚୟ କରିପାରିବେ ନାହିଁ । କାର୍ଡକୁ ଲକ୍-ଅନଲକ୍ କରିବା ପ୍ରକ୍ରିୟା ଆଧାର ଅଥୋରିଟି ୟୁଆଇଡିଏଆଇଙ୍କ ୱେବସାଇଟରେ ଦିଆଯାଇଛି ।

ତେବେ ଏଥିପାଇଁ ଆପଣଙ୍କୁ https://uidai.gov.in/ ଲିଙ୍କକୁ ଯିବାକୁ ପଡିବ । ଏଠାରେ ହୋମ୍ ପେଜରେ ଆପଣଙ୍କୁ ‘Lock/Unlock Biometrics’ ର ବିକଳ୍ପ ମିଳିଯିବ । ଏହି ବିକଳ୍ପ ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ସାମ୍ନାକୁ ଏକ ନୂଆ ୱିଣ୍ଡୋ ଚାଲିଆସିବ । ଏଠାରେ ପ୍ରଥମେ ଆପଣଙ୍କୁ ଲଗ୍ ଇନ୍ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଆପଣଙ୍କ ଆଧାର ନମ୍ବର ଅଥବା ଭର୍ଚୁଆଲ୍ ଆଇଡିର ବ୍ୟବହାର କରିବାକୁ ପଡିବ । ଏହା ପରେ କେପଚା କୋଡ୍ ଏଣ୍ଟର କରିବା ପରେ ଆପଣଙ୍କ ରେଜିଷ୍ଟର ମୋବାଇଲ୍ ନମ୍ବରରେ ଏକ ଓଟିିପି ଆସିବ । ଏହି ଓଟିପିକୁ ଏଣ୍ଟର କରିବା ପରେ ଆପଣଙ୍କ ବାୟୋମେଟ୍ରିକ୍ ଲକ୍ ହେବା ପ୍ରକ୍ରିୟା ଆରମ୍ଭ ହୋଇଯିବ । ତେବେ ପ୍ରଥମ ପ୍ରୟାସରେ ହିଁ ଏହାକୁ ଲକ୍ କରିବାକୁ ଚେଷ୍ଟା କରନ୍ତୁ । କିନ୍ତୁ ମନେରଖନ୍ତୁ ଏହା ପରେ ଆପଣ ମଧ୍ୟ ବାୟୋମେଟ୍ରିକର ବ୍ୟବହାର କରିପାରିବେ ନାହିଁ । ଏହାକୁ ପରେ ଆପଣ ଅନଲକ୍ କରିପାରିବେ ।