ବିଜେପିରେ ସାମିଲ ହେଲେ ସ୍ୱର୍ଗତ ରାଣୀ ସୁଜ୍ଞାନ ଦେଓଙ୍କ ଶତାଧିକ ସମର୍ଥକ । ଖଲ୍ଲିକୋଟ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଏକାଧିକ ସରପଞ୍ଚ, ସମିତି ସଭ୍ୟ ଧରିଲେ ପଦ୍ମ ।

528

କନକ ବ୍ୟୁରୋ : ବିଜେପିରେ ସାମିଲ ହେଲେ ସ୍ୱର୍ଗତ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ସମର୍ଥକ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ସୁଜ୍ଞାନୀଙ୍କ ସମର୍ଥକ । ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଆସ୍କା ସାଂସଦ ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ , ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ସୁଜ୍ଞାନଙ୍କ ଶତାଧିକ ସମର୍ଥକ ।

ଖଲ୍ଲିକୋଟ ବ୍ଲକ ଉପାଧ୍ୟକ୍ଷ କାଳୁରାମ ମହାରଣାଙ୍କ ନେତୃତ୍ୱରେ ସାମିଲ ଖଲ୍ଲିକୋଟ ଏବଂ ଚିକିଟିର ଏକାଧିକ ସରପଂଚ, ପୂର୍ବତନ ସରପଂଚ, ସମିତି ସଭ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି କବିସୂର୍ଯ୍ୟନଗର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀଙ୍କ ସହ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ପିିସିସି ମୁଖପାତ୍ର ପୀତବାସ ପଣ୍ଡାଙ୍କ ସହ ଗଂଜାମ ବାର କାଉନସିଲର ଏକାଧିକ ଆଇନଜୀବୀ ବିଜେପିରେ ଯୋଗ ଦେଇଛନ୍ତି ।

ସୁଜ୍ଞାନ ଦେଓ ଗଂଜାମ ରାଜନୀତିର ଜଣେ ବଡ ଚେହେରା ଭାବେ ଜଣାଶୁଣା ଥିଲେ । ୧୯୬୦ରେ ରାଜନୀତିରେ ପ୍ରବେଶ କରିଥିବା ସୁଜ୍ଞାନ ପ୍ରଥମେ କଂଗ୍ରେସ ଟିକେଟରୁ ବିଧାୟିକା ହୋଇଥିଲେ । ପରେ ୨୦୦୦ରେ ବିଜେଡିରେ ସାମିଲ ହୋଇଥିଲେ । ଉଭୟ ଖଲ୍କିକୋଟ ଏବଂ କବିସୂର୍ଯ୍ୟନଗର ବିଧାନସଭାରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ମୃତ୍ୟୁ ପରେ ସମର୍ଥକଙ୍କ ମଧ୍ୟରେ ନେତୃତ୍ୱକୁ ନେଇ କନ୍ଦଳ ରହିଥିଲା । ଯାହାକୁ ନେଇ କିଛି ଅସନ୍ତୁଷ୍ଟ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।