ନା ଭୂତାଣୁକୁ ଭୟ, ନା ନିୟମକୁ ଡର । କରୋନାରେ ଜୀବନ ବାଜିରେ ଲାଗୁଥିବା ବେଳେ ରେଜଲ୍ଟ ଆସୁ ଆସୁ ଏକାଠି ହୋଇ ଉତ୍ସବ ମନେଇଲେଣି ସମର୍ଥକ ।

224

କନକ ବ୍ୟୁରୋ : ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ଆଉ ଏହାରି ଭିତରେ ସାମ୍ନାକୁ ଯେଉଁ ଚିତ୍ର ଆସିଛି, ତାହା ସମସ୍ତଙ୍କୁ ବିବ୍ରତ କରିଦେବ । ଗୋଟିଏ ପଟେ କରୋନା ଭୂତାଣୁର ଭୟ ଦିନକୁ ଦିନ ବଢିଚାଲିଥିବା ବେଳେ, ପ୍ରତିଦିନ କରୋନାରେ ଅନେକ ଲୋକଙ୍କ ମୃତ୍ୟ ହେଉଥିବାର ଖବର ଆସୁଛି । ଯେଉଁଥିପାଇଁ ନିର୍ବାଚନୀ ଫଳାଫଳ ଆସିବା ପରେ ବିଜୟ ଉତ୍ସବ ଏବଂ ରାଲି କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ନିର୍ବାଚନ କମିଶନ ।

ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପଣ୍ଡିଚେରୀ । ଏହି ସବୁ ସ୍ଥାନରେ ନିୟମ ତ ଦୂରର କଥା, ବିଭିନ୍ନ ରାଜନୈତିକ ଦଳର ସମର୍ଥକ ମାନେ ନିଜର ହିତାହିତ ଜ୍ଞାନକୁ ବି ହରାଇ ବସିଛନ୍ତି । ଭୋଟ୍ ଗଣତି ଶେଷ ପର୍ଯ୍ୟାୟରେ ଥିବା ବେଳେ, ବିଜୟୀ ଦଳର ସମର୍ଥକ ମାନେ ଶହ ଶହ ସଂଖ୍ୟାରେ ଏକାଠି ହୋଇ ବାଣ ଫୁଟାଇବା ସହ ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି । ସାମାଜିକ ଦୂରତା ତ ଦୂରର କଥା କାହାରି ମୁହଁରେ ମାସ୍କ ମଧ୍ୟ ନଥିଲା । ସାରା ଦେଶ କରୋନା ମହାମାରୀ ସହ ଲଢୁଥିବା ବେଳେ ଏମିତି ଦୃଶ୍ୟ ଆଗକୁ ଯେ ଆହୁରି ଭୟଙ୍କର ସ୍ଥିତି ତ୍ସଷ୍ଟି କରିବ ଏଥିରେ କୌଣସି ସନ୍ଦେହ ନାହିଁ ।