କନକ ବ୍ୟୁରୋ: ଦେଶରେ କଂଗ୍ରେସ ବଢୁଛି, କିନ୍ତୁ ରାଜ୍ୟରେ କଂଗ୍ରେସ କନ୍ଦଳ ଥମୁନାହିଁ । ଦଳରୁ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବନ ପରେ ରାଜନୀତି ଜୋର ଧରିଛି । ଦୁଇ ନେତାଙ୍କ ସମର୍ଥନରେ ସମର୍ଥକମାନେ ବାହାରି ପ୍ରତିବାଦ କରିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ଦୁଇ ବିଧାୟକଙ୍କ ବିରୋଧରେ ଲଗିଥିବା ନିଲମ୍ବନ ଉଠାଇବାକୁ ସିଧାସଳଖ ଦାବି କରିଛନ୍ତି । ଆଉ ଏଭଳି ସମୟରେ ଅଣ ବିଜେପି ଓ ଅଣ ବିଜେଡି ଦଳ ଗୁଡିକୁ ନେଇ ରାଜ୍ୟରେ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଦେଶ କଂଗ୍ରେସ ।

Advertisment
  • ନେତାଙ୍କ ନିଲମ୍ବନ ପରେ ତେଜିଲା ରାଜନୀତି
  • ସମର୍ଥନରେ ବାହାରିଲେ ଦଳୀୟ ନେତା

ବିଧାୟକ ମହମ୍ମଦ ମୋକିମ୍ ଏବଂ ଚିରଞ୍ଜୀବୀ ବିଶ୍ୱାଳଙ୍କୁ ନିଲମ୍ବନ ପରେ କଂଗ୍ରେସରେ ତେଜୁଛି ଅସନ୍ତୋଷ । ଦୁଇ ନେତାଙ୍କ ସମର୍ଥନରେ ସମର୍ଥକମାନେ ବାହାରି ପ୍ରତିବାଦ କରୁଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ଦୁଇ ବିଧାୟକଙ୍କ ବିରୋଧରେ ଲଗିଥିବା ନିଲମ୍ବନ ଉଠାଇବାକୁ ସିଧାସଳଖ ଦାବି କରିଛନ୍ତି । କହିଛନ୍ତି, ଓଡ଼ିଶାରେ କଂଗ୍ରେସ ଦିନକୁ ଦିନ ତଳକୁ ଖସୁଛି । କଂଗ୍ରେସକୁ ମଜଭୁତ କରିବାକୁ କଟକ ବାରବାଟୀ ବିଧାୟକ ମୋକିମ ଓ ଚିରଞ୍ଜୀବୀଙ୍କ ଭୂମିକା ରହିଛି । ଦୁଇ ନେତାଙ୍କ ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହାର ନହେଲେ ଆଗକୁ ଏହା ଦଳ ପାଇଁ ଆତ୍ମଘାତୀ ହେବ । ତେବେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବର୍ତମାନ ସୁଦ୍ଧା କୌଣସି ଅଭିଯୋଗ ତାଙ୍କ ପାଖକୁ ଆସିନାହିଁ । ଅଭିଯୋଗ ଆସିଲେ ହାଇକମାଣ୍ଡଙ୍କ ପାଖକୁ ପଠାଇବେ ।

ଦଳ ଭିତରେ ଅନ୍ତଃକନ୍ଦଳ ଚାଲିଥିଲେ ବି ଅଣ ବିଜେପି ଓ ଅଣ ବିଜେଡି ଦଳ ଗୁଡିକୁ ନେଇ ଓଡିଶାରେ ମେଣ୍ଟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । ରାଜ୍ୟ କଂଗ୍ରେସର ଆହ୍ୱାନ କ୍ରମେ ଏକାଠି ହୋଇ, ବିଜେଡି ଓ ବିଜେପିକୁ ଆଗାମି ନିର୍ବାଚନରେ ପରାସ୍ତ କରିବା ପାଇଁ ଆଲୋଚନା କରିଛନ୍ତି । ବୈଠକରେ କଂଗ୍ରେସ ନେତାଙ୍କ ସହ ଆରଜେଡି, ସିପିଆଇଏମ, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ସମତା କ୍ରାନ୍ତି ଦଳ, ଟିଏମସି, ସିପିଏମ, ଆପ୍ ଭଳି ରାଜନୈତିକ ଦଳର ନେତାମାନେ ସାମିଲ ହୋଇଛନ୍ତି ।

ଦୁଇ ବରିଷ୍ଠ ନେତାଙ୍କୁ ଦଳରୁ ନିଲମ୍ବନ କରିବାକୁ ନେଇ କଂଗ୍ରେସ କର୍ମୀ ପୋଡାଜଳା, ଓ ସମର୍ଥନରେ ବାହାରିବା ପରେ ଏବେ ନଜର ଆଗକୁ କି ପଦକ୍ଷେପ ନେଉଛି ପିସିସି? ନା ଦୁଇ ନେତାଙ୍କ ଉପରେ ନିଲମ୍ବନ ପ୍ରତ୍ୟାହାର କରିବାକୁ ଏଆଇସିସିକୁ ଲେଖିବ କି ଚିଠି?