ବନ୍ଧୁକ ମୁନରେ ଦୁଇ ସୁପରଭାଇଜରଙ୍କୁ ଅପହରଣ । ପାଲଲହଡାରେ ନଦୀ ପୋଲର ନିର୍ମାଣ କାମ କରୁଥିବା ଠିକା ସଂସ୍ଥାର ୨ ଜଣଙ୍କୁ ଉଠାଇନେଲେ ଦୁର୍ବୃତ୍ତ ।

143

କନକ ବ୍ୟୁରୋ: ବନ୍ଧୁକ ମୁନରେ ଦୁଇ ଜଣ ସୁପରଭାଇଜରଙ୍କୁ ଦୁର୍ବୃତ୍ତଙ୍କ ଅପହରଣ । ପାଲଲହଡ଼ା ଟାଉନ୍ ଠାରୁ ୩କିମି ମାଙ୍କଡ଼ା ନଦୀ ଉପରେ ପୋଲ ନିର୍ମାଣ ପାଇଁ ଠିକା ନେଇଥିବା ସଂସ୍ଥାର ୨ଜଣ ସୁପର ଭାଇଜରଙ୍କୁ ଅପହରଣ କରାଯାଇଛି । ଗତକାଲି ମଧ୍ୟରାତ୍ରିରେ ଠିକା ସଂସ୍ଥାରେ ଶୋଇଥିବା ୧୦ଓ ୧୨ ଜଣ କର୍ମଚାରୀଙ୍କ ମଧ୍ୟରୁ ସୁପରଭାଇଜର ନରତମ ବିଶ୍ୱାଳ ଏବଂ ସନାତନ ବେହେରାଙ୍କୁ ଅପହରଣ କରାଯାଇଛି । ଅନ୍ୟମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ ଦୁର୍ବୃତ । ଏବଂ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ।

ତେବେ ପାଖାପାଖି ୧୦ଜଣରୁ ଅଧିକା ଦୁର୍ବୃତ ଦୁଇଟି ଗାଡ଼ିରେ ବନ୍ଧୁକ ଓ ପିସ୍ତଲ ନେଇ ଆସିଥିଲେ । ସମସ୍ତେ ହିନ୍ଦୀ ଭାଷାରେ କଥା ହେଉଥିଲେ ବୋଲି ସୁଚନା ଦେଇଛନ୍ତି ଅନ୍ୟ କର୍ମଚାରୀ । ଏନେଇ ଠିକା ସଂସ୍ଥାର ମାଲିକ ଗିରିଶ କୁମାର ସ୍ୱାଇଁ ପାଲଲହଡ଼ା ଥାନାକୁ ଅରସି ଲିଖିତ ଅଭିଯୋଗ କରିଛନ୍ତି । ପାଲଲହଡ଼ା ପେଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।