କନକ ବ୍ୟୁରୋ : ୧୯ ବର୍ଷର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ହୋଇସାରିଛି । କିନ୍ତୁ ଏହାକୁ ବିଶ୍ୱାସ କରିପାରନୁହାଁନ୍ତି ବାପା, ମାଆ । ପୁଅକୁ ପୁନର୍ବାର ଜୀବୀତ କରିବା ପାଇଁ ଠାକୁରଙ୍କ ନିକଟରେ ଅଧିଆ ପଡିଛନ୍ତି । ଯେଉଁ ମହାଦେବଙ୍କ ନିଟକରେ ପୂଜା କରି ପୁଅଟେ ପାଇଥିଲେ ସେହି ମହାଦେବଙ୍କ ମନ୍ଦିରରେ ପୁଅର ମୃତ ଶରୀର ରଖି ବସିଛନ୍ତି ବାପା, ମାଆ । ସେମାନେ ଏବେବି ତାଙ୍କ ପୁଅ ମରିଯାଇଛି, ସେ ଆଉ ଫେରିବନି ବୋଲି ବୁଝିପାରୁନାହାଁନ୍ତି । ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଠେବେରା ଗାଁରେ ।

Advertisment

ସୂଚନା ମୁତାବକ, ଗାଁର ଅର୍ଜୁନ ଦୁଆନଙ୍କର ପୁର ରମାକାନ୍ତ କଟକର ଏକ କାର ଗ୍ୟାରେଜ କାମ କରୁଥିଲେ । କିଛି ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସେ ଘରକୁ ପଳାଇ ଆସିଥିଲେ । ପରିବାର ଲୋକେ ତାଙ୍କୁ ଝାରସୁଗୁଡାର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ସିକିଲସେସ୍ ରୋଗରେ ପିଡ଼ୀତ ରମାକାନ୍ତଙ୍କ ରକ୍ତରେ ହିମୋଗ୍ଲୋବିନର ସ୍ତର୨କୁ ଖସିସିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

କିନ୍ତୁ ପରିବାର ଲୋକେ ମୃତ ଶରୀରର ଶୁଦ୍ଧିକ୍ରିୟା କରିବା ପରିବର୍ତ୍ତେ ଡାକ୍ତରଖାନାରୁ ଏକ ଅଟୋ ଯୋଗେ ସ୍ଥାନୀୟ କୋଇଲିଘୁଘର ଶୈବପୀଠକୁ ନେଇଆସିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ପୂୁଅର ମୃତ୍ୟୁ ହୋଇସାରିଛି ବୋଲି ଲୋକେ ବୁଝାଇପାରିନଥିଲେ । ଶେଷରେ ପୋଲିସ ଆସି ବୁଝାସୁଝା କରିବା ପରେ ବାପା ମାଆ ମୃତଦେହକୁ ନେଇଥିଲେ ।