ଅନ୍ଧବିଶ୍ୱାସର ଅନ୍ଧଗଳିରେ ମାଲକାନଗିରିି : ପ୍ରେତାତ୍ମା ଛଡାଇବା ନାଁରେ ଯୁବତୀଙ୍କୁ ଅଖାଦ୍ୟ ଖୁଆଇଲେ ଦିଶାରି; ଚେଙ୍କ ଦେଇ ପୋଡିଦେଲେ ମୁହଁ, ଗୁୁରୁତର ଯୁବତୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । 

144

କନକ ବ୍ୟୁରୋ : ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଉବୁଟୁବୁ ମାଲକାନଗିରି ଜିଲ୍ଲା । ପ୍ରେତାତ୍ମା ସନ୍ଦେହରେ ଯୁବତୀଙ୍କୁ ମାରପିଟ କରିବା ସହ ଦିଶାରୀ ଅଖାଦ୍ୟ ଖୁଆଇଥିବା ସାଂଘାତିକ ଅଭିଯୋଗ ଆସିଛି । ଏତିକିରେ ଦିଶାରିଙ୍କ ଅତ୍ୟାଚାର ସରିନଥିଲା । ପ୍ରେତାତ୍ମା ଯାଉନଥିବା କହି ନିଆଁ ଚେଙ୍କ ଦେବାରୁ ଲଗାଇ ଯୁବତୀଙ୍କ ମୁହଁ ପୋଡି ଯାଇଛି । ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମଭି -୬ ଗାଁରେ । ଲିପିକା ଓରାଓ ନାମକ ଜଣେ ଯୁବତୀ ଗର୍ଭବତୀ ଥିବା ବେଳେ ଅସୁସ୍ଥ ହୋଇପଡିଥିଲେ ।

ତେବେ ପରିବାର ଲୋକେ ଚିକିତ୍ସା କରିବା ବଦଳରେ ଦିଶାରି ପାଖକୁ ନେଇଥିଲେ । ଏହାପରେ ଚିକିତ୍ସା ନାମରେ, ପ୍ରେତାତ୍ମା ଛଡାଇବା ନାମରେ ଯୁବତୀଙ୍କୁ ନିର୍ଯାତନା ଦେଇଥିଲେ ଦିଶାରି । ଏବେ ଲିପିକା ଗୁରୁତର ଅବସ୍ଥାରେ ମାଲକାନଗିରି ଡାକ୍ତରଖାନାରେ ଭର୍ତି ହୋଇ ଚିିକିତ୍ସିତ ହେଉଛନ୍ତି ।

Comments are closed.