କନକ ବ୍ୟୁରୋ : ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଉବୁଟୁବୁ ମାଲକାନଗିରି ଜିଲ୍ଲା । ପ୍ରେତାତ୍ମା ସନ୍ଦେହରେ ଯୁବତୀଙ୍କୁ ମାରପିଟ କରିବା ସହ ଦିଶାରୀ ଅଖାଦ୍ୟ ଖୁଆଇଥିବା ସାଂଘାତିକ ଅଭିଯୋଗ ଆସିଛି । ଏତିକିରେ ଦିଶାରିଙ୍କ ଅତ୍ୟାଚାର ସରିନଥିଲା । ପ୍ରେତାତ୍ମା ଯାଉନଥିବା କହି ନିଆଁ ଚେଙ୍କ ଦେବାରୁ ଲଗାଇ ଯୁବତୀଙ୍କ ମୁହଁ ପୋଡି ଯାଇଛି । ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମଭି -୬ ଗାଁରେ । ଲିପିକା ଓରାଓ ନାମକ ଜଣେ ଯୁବତୀ ଗର୍ଭବତୀ ଥିବା ବେଳେ ଅସୁସ୍ଥ ହୋଇପଡିଥିଲେ ।
ତେବେ ପରିବାର ଲୋକେ ଚିକିତ୍ସା କରିବା ବଦଳରେ ଦିଶାରି ପାଖକୁ ନେଇଥିଲେ । ଏହାପରେ ଚିକିତ୍ସା ନାମରେ, ପ୍ରେତାତ୍ମା ଛଡାଇବା ନାମରେ ଯୁବତୀଙ୍କୁ ନିର୍ଯାତନା ଦେଇଥିଲେ ଦିଶାରି । ଏବେ ଲିପିକା ଗୁରୁତର ଅବସ୍ଥାରେ ମାଲକାନଗିରି ଡାକ୍ତରଖାନାରେ ଭର୍ତି ହୋଇ ଚିିକିତ୍ସିତ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/19-13.jpg)