ଭାଇରସ୍ ନାଁରେ ପୁରା ଗାଁରେ ମାଡ଼ିଲା ଅନ୍ଧବିଶ୍ୱାସ : ଫୋନରେ ଆସିଥିବା ଏକ ଭିଡିଓକୁ ଦେଖି ସାମାଜିକ ଦୂରତା ଭୁଲିଗଲେ ମହିଳା , କଲେ କରୋନା ମା’ଙ୍କ ପୂଜା

308

ସମ୍ପୁର୍ଣ୍ଣ ବିଶ୍ୱ କରୋନା ଭାଇରସ୍ ନାମକ ସଂକଟ ସହ ଲଢେଇ ଜାରି ରଖିଛି । ୧୦୦ ରୁ ଅଧିକ ଦେଶ ଏହି ମହାମାରୀର ମୂଳୋତ୍ପାଟନ ପାଇଁ ଭ୍ୟାକସିନ୍ ପ୍ରସ୍ତୁତ କରିବାରେ ଲାଗିଛନ୍ତି । କିନ୍ତୁ ଲୋକଙ୍କ ମନରେ ଏବେ ବି ଅନ୍ଧବିଶ୍ୱାସର ଛାପ ଦେଖିବାକୁ ମିଳୁଛି । ବିହାରର ରୋହତାସ୍ ଜିଲ୍ଲାରେ କରୋନା ଭାଇରସକୁ ନେଇ ଚାଲିଥିବା ଅନ୍ଧବିଶ୍ୱାସ ଏବେ ଗଣମାଧ୍ୟମ ସାମ୍ନାକୁ ଆସିଛି ।

ଏଠାକାର କିଛି ମହିଳା କରୋନା ଭାଇରସ୍ ମହାମାରୀକୁ ଦୂରେଇବା ପାଇଁ କରୋନା ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି । ମହିଳାମାନଙ୍କ କହିବାନୁସାରେ , କରୋନା ମା’ଙ୍କୁ ପୂଜା କଲେ ସେ ପ୍ରଶନ୍ନ ହୋଇ ନିଜ ଦେଶକୁ ଫେରିଯିବେ ଏବଂ ଭାରତରୁ ଭାଇରସ୍ ଉଭାନ୍ ହୋଇଯିବ । ପୂଜା କରୁଥିବା ଏହି ମହିଳାମାନଙ୍କ କହିବାନୁସାରେ କରୋନା ମା’ଙ୍କ ପୂଜା କରିବା ପାଇଁ ତାଙ୍କ ମୋବାଇଲରେ ଏକ ଭିଡିଓ ଆସିଥିଲା । ଯାହାପରେ ସମ୍ପୁର୍ଣ୍ଣ ଗାଁର ମହିଳା ପୂଜା ପାଇଁ ବାହାରିପଡିଥିଲେ । ବିଡ଼ମ୍ବନାର କଥା ଧୁପ-ଦୀପ , ନଡ଼ିଆ-କଦଳୀ ଧରି ସମସ୍ତେ ପୂଜା କରିବାକୁ ତ ବାହାରିପଡିଥିଲେ କିନ୍ତୁ କାହାରି ମୁହଁରେ ନଥିଲା ମାସ୍କ୍ , ନା ଥିଲା ସାମାଜିକ ଦୂରତା ।