କନକ ବ୍ୟୁରୋ: ସୋନି ଟିଭିର ପପୁଲା ମ୍ୟୁଜିକ୍ ରିଅଲିଟି ଶୋ ‘ସୁପରଷ୍ଟାର୍ ସିଙ୍ଗର ୨’। ଶନିବାର ଅର୍ଥାତ୍‌ ଗତକାଲି ରାତିରେ ଏହାର ଗ୍ରାଣ୍ଡ ଫାଇନାଲ୍ ଅନୁଷ୍ଠିତ ହୋଇଥିଲା । ଯାହା କଳ୍ପନା କରାଯାଉଥିଲା ସତ ହେଲା। ବର୍ତ୍ତମାନ ଏହି ଶୋ’ ବିଜେତା ମିଳିଯାଇଛି। ରାଜସ୍ଥାନର ଯୋଧପୁରର ମହମ୍ମଦ ଫୈଜ ଏହି ଟାଇଟଲ ଜିତିଛନ୍ତି। ମହମ୍ମଦ ଫୈଜ ସୁପରଷ୍ଟାର ସିଙ୍ଗର-୨ରେ ଜଷ୍ଟିନ୍‌ ବିବର ଭାବରେ ବେଶ୍‌ ଜଣାଶୁଣା । ତାଙ୍କର ଆକର୍ଷଣୀୟ ସ୍ଵର ପାଇଁ ହଜାର ହଜାର ଦର୍ଶକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଛନ୍ତି।

Advertisment

ମହମ୍ମଦ ଫୈଜ ଟ୍ରଫି ସହିତ ସେ ୧୫ ଲକ୍ଷ ଟଙ୍କା ନଗଦ ପୁରସ୍କାର ମଧ୍ୟ ପାଇଥିଲେ। ମହମ୍ମଦ ଫୈଜ ପୂର୍ବରୁ ୨୦୧୮ ରେ ‘ଲଭ୍ ମି ଇଣ୍ଡିଆ କିଡ୍ସ’ ଏବଂ ‘ସାରେଗାମାପା ଲିଟିଲ୍ ଚାମ୍ପିଅନ୍’ ର ରନର୍ସ ଅପ୍ ହୋଇଥିଲେ। ଟାଇଟଲ ଜିତିବା ପରେ ଫୈଜ କହିଛନ୍ତି ଯେ, ‘ସେ ଆଜି ଯଦି ସେ ବିଜେତା ହୋଇଛନ୍ତି ଏହା ପଛରେ ରହିଛି ବାପା ମା’ ଓ ଈଶ୍ୱରଙ୍କଙ୍କ ଆର୍ଶୀବାଦ  ଓ ତାଙ୍କ କଠିନ ପରିଶ୍ରମ ।ସମସ୍ତ ଶ୍ରେୟ ତାଙ୍କ ବାପା ମାଆଙ୍କୁ ହିଁ ଦେବେ ।ତାଙ୍କୁ ମିଳିଥିବା ୧୫ ଲକ୍ଷ ଟଙ୍କା ବାପା, ମା’ଙ୍କୁ ଦେବେ’ ।