କନକ ବ୍ୟୁରୋ : ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯିବା ଯୋଗୁଁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରରେ ରକ୍ତଚାପ ବାରମ୍ବାର କମ୍ ବେସି ହେବା ଫଳରେ ସେ ଅସୁସ୍ଥ ହୋଇପଡିଥିଲେ । ଏବେ ରଜନୀକାନ୍ତ ତାଙ୍କର ନୂଆ ଫିଲ୍ମ (Annaatthe) ପାଇଁ ସୁଟିଂ ଚଲାଇଥିଲେ । ହେଲେ ସେଠାରେ ତାଙ୍କ ସହିତ କାମ କରୁଥିବା ୮ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଚଳଚିତ୍ରର ସମସ୍ତ କାର୍ଯ୍ୟ ଏେ ବନ୍ଦ ରହିଛି । ଏହା ପରେ ରଜନୀକାନ୍ତ ନିଜ ତରଫରୁ କ୍ୱାରେଣ୍ଟିନରେ ରହୁଥିଲେ ।
ଏବେ ସେ ଚିକିତ୍ସିତ ହେଉଥିବା ହାଇଦ୍ରାବାଦର ଆପୋଲ ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି କି ରାଜନୀକାନ୍ତଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ଦେଖାଯାଉ ନାହିଁ । ହେଲେ ତାଙ୍କ ରକ୍ତଚାପରେ ଶୀଘ୍ର ପରିବର୍ତ୍ତନ ହେଉଛି । ଏହି କାରଣରୁ ତାଙ୍କୁ ମେଡିକାଲରେ ଆଡମିଶନ କରାଯାଇଛି । ସେଠାରେ ଅନେକ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।
ରଜନୀକାନ୍ତ ଏବେ ଯେଉଁ ଚଳଚିତ୍ର ପାଇଁ କାମ କରୁଥିଲେ । ସେଠିକାର ସୁଟିଂସେଟ୍ ରେ ୮ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଗତ ୨୨ ତାରିଖ ଦିନ ରଜନୀକାନ୍ତ ନିଜର କୋଭିଡ୍ଟେଷ୍ଟ କରାଇଥିଲେ । ହେଲେ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା । ହେଲେ ସେ କ୍ୱରେଣ୍ଟିନରେ ରହୁଥିଲେ ।
କିଛିଦିନ ପୂର୍ବରୁ ଏକ ରାଜନୈତିକ ଦଳ ଗଠନ କରି ନିର୍ବାଚନ ଲଢିବାକୁ ରଜନୀକାନ୍ତ ଘୋଷଣା କରିଥିଲେ । ଏହାକୁ ନେଇ ତାମିଲନାଡୁ ନିର୍ବାଚନ କମିଶନ କହିଥିଲେ କି ରଜନୀକାନ୍ତଙ୍କ ରାଜନୈତିକ ଦଳର ନାମ ଗବଳଳବକ୍ଷ Makkal Sevai Katchi ହୋଇପାରେ ।