କନକ ବ୍ୟୁରୋ : ପ୍ରଥମେ ରାମ୍ ଅବତାରରେ ଅରିନ୍ଦମ୍ ରୟ ଆସୁଥିବା ଖବର ଶୁଣିଥିଲେ ଦର୍ଶକ । ତାପରେ ବଙ୍ଗୀୟ ସୁନ୍ଦରୀ ରୂପସା କିଛି ଦିନର ନୀରବତା ପରେ ଏଣ୍ଟ୍ରି କଲେ । ତେବେ ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ଅରିନ୍ଦମଙ୍କ ନିଜ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ନୂଆ ରାମ୍ ଚଳଚ୍ଚିତ୍ର ଇତିହାସ ରଚିବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ । ବଲିଉଡ ତଥା ଟଲିଉଡ ଷ୍ଟାର ରାହୁଲ ଦେବଙ୍କ ଏଣ୍ଟ୍ରି ଦର୍ଶକଙ୍କୁ ଆହୁରି ଆନନ୍ଦିତ କରିଥିଲା । ଏକା ସାଙ୍ଗରେ ଦୁଇଟି ୟୁନିଟରେ ସୁଟିଂ ଚାଲିଥିବା ବେଳେ ଛଅ, ଛ’ଟି କ୍ୟାମେରାରେ ସୁଟିଂ ହେଉଥିଲା । ରାହୁଲ ଦେବଙ୍କ ଏଣ୍ଟ୍ରି ପରେ କାଲି ଦର୍ଶକ ଚମକିଲା ଭଳିଆ ଆଉ ଏକ ଖବର ମିଳିଥିଲା । ଓଲିଉଡ଼ର ମେଗା ଆକ୍ସନ ଷ୍ଟାର ଅନୁଭବ ମହାନ୍ତିଙ୍କୁ ସୁଟିଂ ସେଟରେ ଦେଖିବାକୁ ମିଳିଥିଲା । ପ୍ରଶାନ୍ତ ନନ୍ଦଙ୍କ ଶଙ୍କର ସିନେମା ପରେ ଅରିନ୍ଦମ ଏବଂ ଅନୁଭବଙ୍କର ଏହା ଦ୍ଵିତୀୟ ଫିଲ୍ମ ଯେଉଁଥିରେ ଦଶହରା ବଜାରରେ ରାମ୍ ଚଳଚ୍ଚିତ୍ରରେ ଦୁହେଁ ନଜର ଆସିବେ । ରାମ୍ ଚଳଚ୍ଚିତ୍ରକୁ ନେଇ ସାରା ଓଡ଼ିଶାର ସିନେ ପ୍ରେମୀ ଉତ୍କଣ୍ଠା ର ସହିତ ଅପେକ୍ଷା କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଚଳଚ୍ଚିତ୍ରର ଏକ ଗୀତରେ ଅନୁଭବଙ୍କୁ ଅରିନ୍ଦମଙ୍କ ସହ ପାଦରେ ପାଦ ମିଶାଇ ନାଚୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ କେବଳ ଗୀତ ନା ଚଳଚିତ୍ରରେ ଅନୁଭବଙ୍କ କିଛି ଗୁରୁତ୍ବପୁର୍ଣ ଚରିତ୍ର ଅଛି ତାହା ଜାଣିବାକୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଆହୁରି ବଢି ଯାଇଛି।
ରାମ୍ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଭରଦ୍ୱାଜ ପଣ୍ଡା ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଓଲିଉଡ଼ର ନାମୀ ନିର୍ଦ୍ଦେଶକ ଅଶୋକ ପତି । ଅସଦ ନିଜାମ ଓ ଲିଙ୍କନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହାର ଗୀତଗୁଡ଼ିକ ଦଶହରା ବଜାରକୁ ସରଗରମ କରିବ ବୋଲି ଶୁଣାଯାଉଛି। ଏଇ ଦଶହରା ରେ ଏକ ବିଗ୍ ବଜେଟର ସିନେମା ସହିତ ଏକା ସାଙ୍ଗରେ ମେଗା ଷ୍ଟାରଙ୍କୁ ଦର୍ଶକ ଦେଖିବାକୁ ପାଇବେ ବୋଲି ମିଡିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।