କନକ ବ୍ୟୁରୋ: ୟୁକ୍ରେନ ସଙ୍କଟ ମଧ୍ୟରେ ଏବେ ଦୁଇ ମହାଶକ୍ତି ଋଷ ଓ ଆମେରିକା ମୁହାଁମୁହିଁ ହେଲେଣି । ଗୋଟେପଟେ ଋଷ ସେନାର ଟ୍ରକ ଗୁଡିକ ୟୁକ୍ରେନ ଆଡକୁ ମାର୍ଚ୍ଚ ଆରମ୍ଭ କରିଥିବାବେଳେ ଆମେରକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି । ଆଗକୁ ବଢିବାକୁ ନିଜ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ବାଇଡେନ୍ ।
ସମାଚାର ଏଜେନ୍ସି ରଏଟର୍ସର ରିପୋର୍ଟ ମୁତାବକ, ଋଷର ୧୦୦ରୁ ଅଧିକ ସେନାର ଟ୍ରକ ଗୁଡିକ ୟୁକ୍ରେନ ସୀମା ବେଲଗୋରୋଡ ଆଡକୁ ବଢୁଥିବା ଦେଖାଯାଇଛି । ହେଲେ ଏହାକୁ ମାନିବାକୁ ନାରାଜ ରାଷ୍ଟ୍ରପତି ପୁଟିନ୍ । ଏଯାଏଁ ସେପରି କିଛି ହୋଇନି । କିନ୍ତୁ ପୂର୍ବରୁ ହୋଇଥିବା ବୈଠକର ସର୍ତ୍ତକୁ ଆଧାର କରି ଋଷ ନିଜର ସେନାକୁ ମୁତୟନ କରିବ ବୋଲି କହିଛନ୍ତି ପୁଟିନ୍ । ଗୋଟିଏ ସର୍ତ୍ତ , ଯଦି ୟୁକ୍ରେନ ନାଟୋରେ ସାମିଲ ନହୁଏ ତେବେ ଯାଇ ଏହି ସମ୍ଭାବ୍ୟ ଯୁଦ୍ଧ ରୋକଯାଇପାରେ ବୋଲି ପୁଟିନ ସ୍ପଷ୍ଟ କହିଛନ୍ତି ।
ଏପରି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନଙ୍କ ବୟାନ ମଧ୍ୟ ଆସିଛି । ଋଷ କାହାରି କଥା ଶୁଣୁନଥିବାବେଳେ ନାଟୋ ବାଲାଷ୍ଟିକ୍ ର ସହଯୋଗୀ ଦେଶକୁ ବଞ୍ଚାଇବାକୁ ଆମେରିକା ନିଜ ସେନାକୁ ଖୁବ ଶିଘ୍ର ପଠାଇବ ବୋଲି କହିଛନ୍ତି । ନାଟୋ ସହଯୋଗୀ ଦେଶ ଗୁଡିକର ଇଞ୍ଚେ ଇଞ୍ଚେ ଜମିକୁ ସୁରକ୍ଷିତ ରଖିବାକୁ ଆମେରିକା ପ୍ରତିଶ୍ରୁତିବଦ୍ଧ ବୋଲି ପୁଟିନ କହିଛନ୍ତି । କହିରଖୁଁ , ନାଟୋ ବାଲାଷ୍ଟିକ୍ ଦେଶ ଏପରି ଦେଶ ଯେଉଁଠାରେ ପୂର୍ବରୁ ମସ୍କୋର ଶାସନ ଥିଲା । ଏଥିରେ ୟୁକ୍ରେନ୍ ସମେତ ଇସ୍ତୋନିଆ, ଲାତଭିଆ, ଲିଥୁଆନିଆ ଆଦି ସାମିଲ ଅଛନ୍ତି । ଏସବୁ ଦେଶ ୨୦୦୪ରୁ ନାଟୋ ଓ ୟୁରୋପୀୟ ୟୁନିଅନର ଅଂଶ ହୋଇଛନ୍ତି ।
ଏହାପୂର୍ବରୁ ଆମେରିକା ଋଷ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲାଗଇବା ସହ ଏକାଧିକ ପ୍ରତିବନ୍ଧକ ଲଗାଇଛି । ଏହାସହ ପଶ୍ଚିମ ରାଷ୍ଟ୍ର ଗୁଡିକ ଠାରୁ ଋଷ ପାଉଥିବା ସମସ୍ତ ସୁବିଧା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି । ଜାପାନ ମଧ୍ୟ ଋଷ ଉପରେ ପ୍ରତିବନ୍ଧକ ଲଗାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/5-33.jpg)