କନକ ବ୍ୟୁରୋ : ଆଜି ସନ୍ଧ୍ୟାରେ ଆକାଶରେ ଦେଖାଦେବ ଉଜ୍ୱଳତମ ଓ ବୃହତମ ଚନ୍ଦ୍ର । ଦୀର୍ଘ ୬୯ ବର୍ଷ ପରେ ଏଭଳି ଚନ୍ଦ୍ର ଦେଖାଯିବ ବୋଲି ନାସାର ବୈଜ୍ଞାନିକ ସୂଚନା ଦେଇଛନ୍ତି । ବୈଜ୍ଞାନିକମାନେ ଏହାକୁ ସୁପରମୁନ୍ ଭାବରେ ନାମକରଣ କରିଛନ୍ତି ।
୧୯୪୮ ମସିହା ପରେ ପ୍ରଥମ ଥର ପୂର୍ଣ୍ଣ ଚନ୍ଦ୍ର ପୃଥିବୀର ଏତେ ନିକଟତର ହେବ ଏବଂ ୨୦୩୪ ମସିହା ପର୍ଯ୍ୟନ୍ତ ଏତେ ବଡ ଓ ଉଜ୍ୱଳ ଚନ୍ଦ୍ର ଦେଖାଯିବନି ବୋଲି ବୈଜ୍ଞାନିକମାନେ କହିଛନ୍ତି ।
ଏହି ଦିନ ଚନ୍ଦ୍ର ପୃଥିବୀବାସୀଙ୍କୁ ୩୦ଗୁଣ ଅଧିକ ଆଲୋକ ପ୍ରଦାନ କରିବ । ଏହି ଚନ୍ଦ୍ର ଦେଖିବାରେ ଲୋକମାନଙ୍କୁ କୋ÷ଣସି ଅସୁବିଧା ନାହିଁ । କାରଣ ସଂଧ୍ୟାରେ ଦେଖାଦେବ ଉଜ୍ୱଳତମ ଚନ୍ଦ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/vlcsnap-2016-11-14-09h53m46s114.png)