ମହାକାଶରେ ମହାଜାଗତିକ ଘଟଣା । ମେ ୨୬ରେ ଦେଖାଯିବ ସୁପରମୁନ, ଲାଲ ଜହ୍ନ, ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ

Advertisment
ମହାକାଶରେ ମହାଜାଗତିକ ଘଟଣା । ମେ ୨୬ରେ ଦେଖାଯିବ ସୁପରମୁନ, ଲାଲ ଜହ୍ନ, ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ

କନକ ବ୍ୟୁରୋ: ମେ ୨୬ ତାରିଖରେ ମହାକାଶରେ ଏକ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ । ସେ ଦିନ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ଅପରାହ୍ଣ ୨ଟା ୧୭ ମିନିଟରେ ପ୍ରବେଶ କରିବ । ସନ୍ଧ୍ୟା ୭ଟା ୨୨ ମିନିଟରେ ଉପଛାୟାରୁ ସମ୍ପୂର୍ଣ୍ଣ ବାହାରିଯିବ । ଚନ୍ଦ୍ରଟି ଛାୟା ମଧ୍ୟରେ ଥିବା ସମୟରେ ହିଁ ଗ୍ରହଣକୁ ଖାଲି ଆଖିରେ ଦେଖିହୁଏ ।

ହେଲେ ଏହି ସମୟରେ ଭାରତରେ ଦିନ ହୋଇଥିବ ଓ ଚନ୍ଦ୍ର ଦିଗବଳୟ ତଳେ ରହିଥିବାରୁ ଏଠାରେ ଗ୍ରହଣ ଦେଖିଯିବ ନାହିଁ । ଏହି ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଦେଖିବାର ପ୍ରକୃଷ୍ଠ ସମୟ ୪ଟା ୪୧ ମିନିଟରୁ ୪ଟା ୫୫ ମିନିଟ । ତେବେ ଏହାକୁ ଅନଲାଇନରେ ଦେଖିବା ପାଇଁ ପାଠାଣି ସାମନ୍ତ ପ୍ଲାନିଟେରିୟମରେ ବ୍ୟବସ୍ଥା ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe