କନକ ବ୍ୟୁରୋ: ମେ ୨୬ ତାରିଖରେ ମହାକାଶରେ ଏକ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ । ସେ ଦିନ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ଅପରାହ୍ଣ ୨ଟା ୧୭ ମିନିଟରେ ପ୍ରବେଶ କରିବ । ସନ୍ଧ୍ୟା ୭ଟା ୨୨ ମିନିଟରେ ଉପଛାୟାରୁ ସମ୍ପୂର୍ଣ୍ଣ ବାହାରିଯିବ । ଚନ୍ଦ୍ରଟି ଛାୟା ମଧ୍ୟରେ ଥିବା ସମୟରେ ହିଁ ଗ୍ରହଣକୁ ଖାଲି ଆଖିରେ ଦେଖିହୁଏ ।
ହେଲେ ଏହି ସମୟରେ ଭାରତରେ ଦିନ ହୋଇଥିବ ଓ ଚନ୍ଦ୍ର ଦିଗବଳୟ ତଳେ ରହିଥିବାରୁ ଏଠାରେ ଗ୍ରହଣ ଦେଖିଯିବ ନାହିଁ । ଏହି ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଦେଖିବାର ପ୍ରକୃଷ୍ଠ ସମୟ ୪ଟା ୪୧ ମିନିଟରୁ ୪ଟା ୫୫ ମିନିଟ । ତେବେ ଏହାକୁ ଅନଲାଇନରେ ଦେଖିବା ପାଇଁ ପାଠାଣି ସାମନ୍ତ ପ୍ଲାନିଟେରିୟମରେ ବ୍ୟବସ୍ଥା ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/super-blood-moon-1621429142.jpg)