ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ । ଭୁବନେଶ୍ୱର ଓ ଭଦ୍ରକର ୬ଟି ସ୍ଥାନରେ ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମର ଚଢାଉ ।

452

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀ । ଭୁବନେଶ୍ୱର ଓ ଭଦ୍ରକର ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମ୍ । ଏଥିରେ ୭ଜଣ ଡିଏସ୍ପି, ୫ଜଣ ଇନ୍ସପେକ୍ଟର , ୮ଜଣ ଏଏସଆଇ ଏହି ଚଢଉରେ ସାମିଲ ହୋଇଛନ୍ତି ।

ଅଧିକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୂଳ କରିବାର ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଭିଜିଲାନ୍ସ ଦ୍ୱାରା ଏହି ଚଢାଉ ହୋଇଛି । ତାଙ୍କ ଭୁବନେଶ୍ୱର ଭିଏସ୍ଏସ୍ ନଗର ବାସଭବନ, ରୁଦ୍ରପୁର ନିକଟରେ ଥିବା ଫ୍ଲାଟ୍, ଭଦ୍ରକ ତୋରଣପଡା ସ୍ଥିତ ପୈତୃକ ବାସଭବନ, ମଠସାହି ସ୍ଥିତ କୋଠା ସମେତ ବିଭିନ୍ନ ସମ୍ପର୍କୀୟଙ୍କ ଘରେ ଏକାକାଳୀନ ଚଢଉ କରିଛି ଭିଜିଲାନ୍ସ ବିଭାଗ ।