ଅପେକ୍ଷା କର ମୁଁ ଆସୁଛି… ରାମାୟଣ-ମହାଭାରତ ପରେ ପୁଣି ଟିଭି ପରଦାକୁ ଫେରିପାରେ ପିଲାଙ୍କ ପ୍ରିୟ ସିରିଏଲ ‘ଶକ୍ତିମାନ’ । ଭିଡିଓ ବାର୍ତ୍ତାରେ ଆସିବାର ଆଭାସ ଦେଲେ ପିଲାଦିନର ସୁପର ହିରୋ…

ଶକ୍ତିମାନ ଦେଖିବାକୁ ମାଆ ଠାରୁ କଣ କମ ମାଡ ଖିଆ ହୋଇଛି । ଶକ୍ତିମାନ ଭଳି ହେବାକୁ ଛାତରୁ ଘୁରି ଘୁରି ତଳେ ପଡି ପିଲା କଣ କମ ହାତ ଭାଙ୍ଗିଛନ୍ତି । ପିଲାଦିନେ ଶକ୍ତିମାନ ସମସ୍ତଙ୍କ ଆଖିରେ ହିରୋ ଥିଲେ । ଏମିତିକି ଯେଉଁଦିନ ସ୍କୁଲରେ ସାର ପିଟିବାକୁ ହାତ ଉଠାନ୍ତି କେହି କେହି ଶକ୍ତିମାନ ବୋଲି ବି ଚିଲେଇ ଦିଅନ୍ତି...

4,035

କନକ ବ୍ୟୁରୋ: ପୁଣି ଫେରିପାରେ ଶକ୍ତିମାନ । ଟିଭି ପରଦାକୁ ଫେରିପାରେ ପିଲାଙ୍କ ମନ ପସନ୍ଦର ଧାରାବାହିକ ଶକ୍ତିମାନ । ଲକଡାଉନ ସମୟରେ ପିଲାଙ୍କ ସ୍କୁଲ, କଲେଜ ବନ୍ଦ ଥିବାରୁ ସେମାନଙ୍କ ମନୋରଞ୍ଜନ ପାଇଁ ଟିଭିରେ ପ୍ରସାରିତ ହୋଇପାରେ ଶକ୍ତିମାନ ସିରିଏଲ । ଦେଶବ୍ୟାପୀ ୨୧ ଦିନିଆ ତାଲାବନ୍ଦ ଥିବାରୁ ଘରୁ କାହାରିକୁ ବାହାରକୁ ନବାହାରିବା ପାଇଁ ସରକାର ବାରମ୍ବାର ପରାମର୍ଶ ଦେଉଛନ୍ତି । ଆଉ ଘର ଭିତରେ ରହି ଲୋକେ ବିରକ୍ତ ଅନୁଭକ ନକରନ୍ତୁ ଏଥିପାଇଁ କେନ୍ଦ୍ର ସରକାର ରାମାୟଣ ଓ ମହାଭାରତ ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ନେଇଥିଲେ । ଗତକାଲି ଡିଡି ନ୍ୟାସନାଲରେ ରାମାୟଣ ଏବଂ ଡିଡି ଭାରତୀରେ ମହାଭାରତ ପ୍ରସାରଣ ହୋଇଥିଲା ।

ତେବେ ୮୦ ଦଶକର ରାମାୟଣ, ମହାଭାରତ ପ୍ରସାରଣ ପରେ ପିଲାଦିନର ଅନେକ ସ୍ମୃତି ତାଜା ହୋଇଥିଲା । ପୌରାଣିକ ସିରିଏଲ ପ୍ରସାରଣ ଖବର ଶୁଣି ଅନେକ ଲୋକ ଶକ୍ତିମାନକୁ ପୁନଃ ପ୍ରସାରଣ କରାଯାଉ ବୋଲି ଦାବି କରିଥିଲେ । ଆଉ ଆଜି ଶକ୍ତିମାନ ପୁଣି ଥରେ ପରଦାକୁ ଫେରୁଥିବା ସଙ୍କେତ ଦେଇଛନ୍ତି ଶକ୍ତିମାନ ଚରିତ୍ରରେ ଅଭିନୟ କରୁଥିବା ମୁକେଶ ଖାନ୍ନା । ଏକ ଭିଡିଓ ମାଧ୍ୟରେ ସେ ଏହି ସିରିଏଲ ଖୁବଶୀଘ୍ର ଆସୁଥିବା ଆଭାସ ଦେଇଛନ୍ତି । ଭିଡିଓ ବାର୍ତ୍ତାରେ ମୁକେଶ କହିଛନ୍ତି କି, ‘ଅପେକ୍ଷା କର ବନ୍ଧୁ, ମୁଁ ପୁଣି ଥରେ ଆସୁଛି… କେବେ, କେଉଁଦିନ ଆଉ କେତେବେଳେ ତାହା ଖୁବଶୀଘ୍ର ସ୍ପଷ୍ଟ ହେବ’

୧୯୯୭ ସେପ୍ଟେମ୍ବର ୧୩ ତାରିଖରେ ଡିଡି-୧ରେ ପ୍ରସାରିତ ହୋଇଥିବା ଏହି ସୁପରହିରୋ ସିରିଏଲ ସୋ ୨୭ ମାର୍ଚ୍ଚ ୨୦୦୫ ଯାଏଁ ଚାଲିଥିଲା । ଅନ୍ୟାୟ, ଅନୀତି ବିରୋଧରେ ଲଢୁଥିବା ଶକ୍ତିମାନ ବିପଦ ପଡିଲେ ସଙ୍ଗେ ସଙ୍ଗେ ହାଜର ହୁଅନ୍ତି । ସବୁଠାରୁ ବଡ କଥା କି ପିଲାମାନେ ଯଦି କୌଣସି ସମସ୍ୟାରେ ପଡନ୍ତି ତେବେ ସଙ୍ଗେ ସଙ୍ଗେ ଶକ୍ତିମାନ ବୋଲି ଡାକିଦେଲେ ସେ ଆକାଶର ଘୁରି ଘୁରି ହାଜର ହୋଇଯାଆନ୍ତି । ତେବେ ଶକ୍ତିମାନ ଖାଲି ରକ୍ଷା କରନ୍ତିନି ବରଂ ପିଲାଙ୍କୁ ଉଚିତ ଶିକ୍ଷା ମଧ୍ୟ ଦିଅନ୍ତି । ଶକ୍ତିମାନଙ୍କ ୨ଟି ରୂପ ଥାଏ । ବିଶ୍ୱର ରକ୍ଷା ପାଇଁ ସେ କେବେ ଶକ୍ତିମାନ ସାଜନ୍ତି ତ ପୁଣି ଲୋକଙ୍କ ସମସ୍ୟା ବାବଦରେ ଅବଗତ ହେବାକୁ ଆଉ ଅନ୍ୟକୁ ମଜା କରିବାକୁ ଏକ ନ୍ୟୁଜ୍ ଚ୍ୟାନେଲର ଗଙ୍ଗାଧର ଫଟୋଗ୍ରାଫର ଭାବେ କାମ କରନ୍ତି । ଶକ୍ତିମାନ ସିରିଏଲରେ ଏମିତି କିଛି ଦୃଶ୍ୟ ଦେଖିବାକୁ ପିଲାମାନେ ଭାରି ପସନ୍ଦ କରନ୍ତି ।

ଶକ୍ତିମାନ ସିରିଏଲକୁ ନେଇ ପିଲାଦିନର ଅନେକ ସ୍ମୃତି ସମସ୍ତଙ୍କ ଛାତି ତଳେ ସାଇତା ହୋଇ ରହିଛି । ମଣିଷ ଯେତେବଡ ହେଲେ ବି, ଯେଉଁ ପଦପଦବୀରେ ରହିଲେ ବି ପିଲାବେଳ କଥା ଯଦି କେବେ ମନେ ପଡିଯାଏ ତେବେ ତା ଭିତରେ ଶକ୍ତିମାନ କଥା ଆଗ ଆସେ । ପିଲାଦିନେ ଶକ୍ତିମାନ ଦେଖିବାକୁ ସମସ୍ତେ ପାଗଳ ହୁଅନ୍ତି ।

ସପ୍ତାହର ସାତ ବାର ଭିତରୁ କେଉଁ ବାର ମନେ ଥାଉ କି ନଥାଉ ରବିବାରଟା ଆଗ ମନେରହେ । ଆଉ ପିଲା ଘଣ୍ଟା ଚିହ୍ନା ଜାଣନ୍ତୁ ବା ନଜାଣନ୍ତୁ କିନ୍ତୁ ୧୨ଟା ବାଜିଗଲେ ଆପେଆପେ ଆଖିଟା ଘଣ୍ଟାର ଅଚିହ୍ନା କଣ୍ଟା ଉପରକୁ ଚାଲିଯାଏ । ଘଣ୍ଟା କଣ୍ଟା ଉପରେ ମିନିଟ କଣ୍ଟା ଚଢିଲା ମାନେ ଏଇଟା ଶକ୍ତିମାନ ଦେବାର ସମୟ । ତେଣୁ ସମସ୍ତେ ଯେଉଁଠି ଥିବେ ସବୁ ଟିଭି ଆଗରେ ହାଜର ହୋଇଯାଆନ୍ତି ।

ଶକ୍ତିମାନ ଦେଖିବାକୁ ମାଆ ଠାରୁ କଣ କମ ମାଡ ଖିଆ ହୋଇଛି । ଶକ୍ତିମାନ ଭଳି ହେବାକୁ ଛାତରୁ ଘୁରି ଘୁରି ତଳେ ପଡି ପିଲା କଣ କମ ହାତ ଭାଙ୍ଗିଛନ୍ତି । ପିଲାଦିନେ ଶକ୍ତିମାନ ସମସ୍ତଙ୍କ ଆଖିରେ ହିରୋ ଥିଲେ । ଏମିତିକି ଯେଉଁଦିନ ସ୍କୁଲରେ ସାର ପିଟିବାକୁ ହାତ ଉଠାନ୍ତି କେହି କେହି ଶକ୍ତିମାନ ବୋଲି ବି ଚିଲେଇ ଦିଅନ୍ତି… ଶକ୍ତିମାନ ସିରିଏଲକୁ ନେଇ ଏମିତି କିଛି ମିଠା ସ୍ମୃତି ଛାତି ତଳେ ସବୁବେଳେ ସାଇତା ହୋଇ ରହିଥାଏ । ଆଉ ଏବେ ନିଜେ ମୁକେଶ ଖାନ୍ନା ଏମିତି ଏକ ସୂଚନା ଦେବା ପରେ ଏବେ କୁନି କୁନି ଭାଇ ଓ କିଛି ଲୋକ ନିଜ ପିଲାଛୁଆଙ୍କ ସହ ବସି ନିଜ ପିଲାଦିନକୁ ମନେପକାଇବାକୁ ରେଡ୍ଡୀ ହୋଇଗଲେଣି । ଦେଖାଯାଉ ଶକ୍ତିମାନ, ରାମାୟଣ-ମହାଭାରତ ପରି କେବେ ପୁନଃ ପ୍ରସାରିତ ହେଉଛି ।

ରାମାୟଣ ଓ ମହାଭାରତ ପରେ ଖୁବଶୀଘ୍ର ଟିଭିରେ ପ୍ରସାରିତ ହୋଇପାରେ ଶକ୍ତିମାନ ।

ଅପେକ୍ଷା କର ଖୁବଶୀଘ୍ର ଫେରୁଛି । ରାମାୟଣ ଓ ମହାଭାରତ ପରେ ଖୁବଶୀଘ୍ର ଟିଭିରେ ପ୍ରସାରିତ ହୋଇପାରେ ଶକ୍ତିମାନ । ଜାଣନ୍ତୁ କିଏ ଦେଲେ ଏଭଳି ସୂଚନା । #Shaktiman

Posted by Kanak News on Sunday, March 29, 2020