ବାଲେଶ୍ୱରର ଚାନ୍ଦିପୁର ଲଂଚପ୍ୟାଡରୁ ସୁପରକ୍ରୁଜ ମିସାଇଲ ବ୍ରହ୍ମୋସର ପରୀକ୍ଷଣ : ଭୁପୃଷ୍ଠରୁ ଆକାଶକୁ କରିପାରିବ ଲକ୍ଷ୍ୟଭେଦ; ଭାରତ-ଋଷ ମିଳିତ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ମିସାଇଲ

Advertisment
ବାଲେଶ୍ୱରର ଚାନ୍ଦିପୁର ଲଂଚପ୍ୟାଡରୁ ସୁପରକ୍ରୁଜ ମିସାଇଲ ବ୍ରହ୍ମୋସର ପରୀକ୍ଷଣ : ଭୁପୃଷ୍ଠରୁ ଆକାଶକୁ କରିପାରିବ ଲକ୍ଷ୍ୟଭେଦ; ଭାରତ-ଋଷ ମିଳିତ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ମିସାଇଲ

କନକ ବ୍ୟୁରୋ : ଚାନ୍ଦିପୁରରେ ଥିବା ଅନ୍ତରୀଣ ପରୀକ୍ଷଣ ଘାଟିରୁ ବୁଧବାର ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ବ୍ରହ୍ମୋସ୍‌ର ବ୍ୟାବହାରିକ ପରୀକ୍ଷଣ ହୋଇଯାଇଛି। ସକାଳ ୧୦ଟା ୨୭ରେ ଏହି ପରୀକ୍ଷଣ କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚ୍‌ ପ୍ୟାଡ୍‌ରୁ ଡିଆରଡିଓ ପକ୍ଷରୁ ହୋଇଥିବା ସୂଚନା ରହିଛି। ଭାରତ ଓ ରୁଷିଆର ମିଳିତ ଜ୍ଞାନକୌଶଳରେ ତିଆରି ହୋଇଥିବା କ୍ଷେପଣାସ୍ତ୍ର ବ୍ରହ୍ମୋସ ୪୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିପାରିବ। ଏହି କ୍ଷେପଣାସ୍ତ୍ରକୁ ଉଭୟ ଜଳ ଓ ସ୍ଥଳଭାଗରୁ ନିକ୍ଷେପ କରାଯାଇପାରିବ।

publive-image

ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରୁଥିବା ବ୍ରହ୍ମୋସ ମିସାଇଲରେ ଦୁଇଟି ଷ୍ଟେଜ ବିଶିଷ୍ଟ ଇଂଜିନ ବ୍ୟବହାର କରାଯାଇଛି। ୩ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଥିବା ଏହି କ୍ଷେପଣାସ୍ତ୍ର ସ୍ଥଳଭାଗରୁ ୪୫୦ କିଲୋମିଟର ୬୦୦ କିଲୋମିଟର ଲକ୍ଷ୍ୟଭେଦ କରିପାରୁଥିବା ବେଳେ ବାୟୁସେନାର ଯୁଦ୍ଧ ବିମାନରୁ ୪ଶହ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ  ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି।

ଘଣ୍ଟା ପ୍ରତି ୩ହଜାର ୪ଶହ କିଲୋମିଟରରୁ ୩ହଜାର ୭ଶହ କିଲୋମିଟର ବେଗରେ ଗତି କରିପାରୁଥିବା ସୁପର ସୋନିକ କ୍ରୁଜ଼ ମିଜାଇଲ ବ୍ରହ୍ମୋସକୁ ୨୦୦୬ ମସିହାରୁ ପ୍ରତିରକ୍ଷା ବିଭାଗରେ ବ୍ୟବହାର କରାଯାଉଛି। ଏହାର ଲମ୍ବ ୮.୪ ମିଟର, ମୋଟେଇ ୦.୬ ମିଟର ଓ ଓଜନ ୩ ହଜାର କିଲୋଗ୍ରାମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe