କନକ ବ୍ୟୁରୋ : ଫନି ବାତ୍ୟାକୁ ଆଜି ପୂରିଛି ୪ ବର୍ଷ । ୨୦୧୯ ମସିହା ଆଜିର ଦିନରେ ବାତ୍ୟା ଫନି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଫନି ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ କ୍ଷତି ଘଟିଥିଲା । ସହରକୁ ଖିନଭିନ୍ କରି ଦେବା ସହ ସବୁଜିମା ଭରା ଭୁବନେଶ୍ୱରକୁ ଏକ ଥଣ୍ଡା ସହରରେ ପରିଣତ କରିଦେଇଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ଫନି ପରେ ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ିଥିଲା । ସହରରେ ଅନେକ ଦିନ ଧରି ବିଦ୍ୟୁତ ଆସିନଥିଲା । ଇଣ୍ଟରନେଟ ସେବା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଫନିରେ ବିଦ୍ୟୁତ ବିଭାଗର ଅଣ୍ଟା ଭାଙ୍ଗିଯାଇଥିଲା । ଏହି ବାତ୍ୟାକୁ ଆଜି ୪ ବର୍ଷ ପୂରିଥିବା ବେଳେ ଚଳିତ ବର୍ଷ ପୁଣି ଏକ ପୁଣି ଏକ ବାତ୍ୟା ଭୟ ଘାରିଛି ।