କନକ ବ୍ୟୁରୋ : ଆଠବର୍ଷ ପରେ ଚେନ୍ନାଇରେ ଫ୍ୟାନଙ୍କୁ ଭେଟିଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତ । ୨୦୦୯ରେ ସେ ଶେଷ ଥର ପାଇଁ ନିଜ ଫ୍ୟାନମାନଙ୍କୁ ଭେଟିଥିଲେ । ଆଜି ସେ ନିଜ ପ୍ରଂଶସକଙ୍କୁ ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ଅଭିନେତା ହିଁ ରହିବେ ନେତା ହେବେନି ।
ତାମିଲ ରାଜନୈତିକ ଦଳଗୁଡିକ ତାଙ୍କ ନାଁର ଅପବ୍ୟବହାର କରୁଛନ୍ତି । ନିଜ ଆଭିମୁଖ୍ୟ ପ୍ରକାଶ କରିବାରେ ସେ କେବେ ଭୟ କରନ୍ତି ନାହିଁ ବୋଲି କହିଛନ୍ତି ରଜନୀକାନ୍ତ । ଏହା ପରେ ରଜନୀକାନ୍ତ ନୂଆ ରାଜନୈତିକ ଦଳ ଗଢିବା ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ୬୬ ବର୍ଷୀୟ ଏହି ଅଭିନେତା ଆସନ୍ତା ୪ ଦିନ ଯାଏଁ ନିଜର ପ୍ରଂଶସକଙ୍କୁ ଭେଟିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/vlcsnap-2017-05-15-10h31m32s054.png)