ଚାଇନା ପ୍ରସ୍ତୁତ କରୁଛି ‘ସୁପର ସୋଲଜର’ । ନା ଶୁଣି ଆମେରିକା ଛାନିଆ । ବିସ୍ତାରବାଦ ଯୁଦ୍ଧରେ କରିପାରେ ନିୟୋଜିତ

860

କନକ ବ୍ୟୁରୋ : ଚୀନର ବିସ୍ତାରବାଦୀ ଚିନ୍ତାଧାରା ଏବେ ସାରା ବିଶ୍ୱର ଚିନ୍ତା ବଢାଇବାରେ ଲାଗିଛି । ଲଦାଖ ଠାରୁ ତାଇୱାନ ପର୍ଯ୍ୟନ୍ତ ଚୀନ ସୀମା ବିବାଦକୁ ନେଇ ଉତ୍ତେଜନା ସୃଷ୍ଟି କରିଚାଲିଛି । ଏନେଇ ବି ଭାରତ- ଚୀନ ଓ ଚୀନ -ଆମେରିକା ଭିତରେ ଯୁଦ୍ଧ ପରିସ୍ଥିତି ଦେଖା ଦେଇଛି  । ଏଭଳି ସ୍ଥଳରେ ଶତୃରାଷ୍ଟ୍ର ମାନଙ୍କ ଠାରୁ ସହଜ ବିଜୟ ପାଇଁ ଚୀନ ‘ସୁପର ସୋଲଜର’ ନାମରେ ଏକ ସେନାବାହୀନି ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ଏହି ‘ସୁପର ସୋଲଜର’ ପ୍ରସ୍ତୁତିରେ ସାଧାରଣ ସେନାକୁ ନିୟୋଜିତ କରାଯାଉଥିବା ବେଳେ ସେମାନଙ୍କର ଗୁଣସୂତ୍ରରେ କେତକ ବାୟୋଲୋଜିକାଲ ପରିବର୍ତ୍ତନ କରି ସେମାନଙ୍କୁ ଅଧିକ ଶକ୍ତିଶାଳୀ କରିବାକୁ ଚେଷ୍ଟା କରୁଛି ଚୀନ । ଆମେରିକୀୟ ଫିଲ୍ମ ‘କ୍ୟାପଟେନ୍ ଆମେରିକା’ ଓ ୟୁନିଭର୍ସାଲ ସୋଲଜର ଭଳି ସୈନ୍ୟ ତିଆରି କରିବାକୁ ଚାଇନା ଗବେଷଣା ଜାରି ରଖିଛି ବୋଲି କୁହାଯାଇଛି ।
ଏସଂପର୍କରେ ଆମେରିକା ଗୋଇନ୍ଦା ସଂସ୍ଥାର ନିର୍ଦ୍ଦେଶକ ଜନ୍ ରାଟକ୍ଲିଫ୍ ଏକ ଆର୍ନ୍ତଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ଚୀନ ଆମେରିକା ସହିତ ବିଶ୍ୱର ସମସ୍ତ ରାଷ୍ଟ୍ରକୁ ନିଜ କବଳକୁ ନେବାକୁ ଏଭଳି ଷଡଯନ୍ତ୍ର ରଚୁଛି । ଚୀନ ଥରେ ଏହି ‘ସୁପର ସୋଲଜର’ ପ୍ରସ୍ତୁତିରେ ସଫଳ ହୋଇଗଲେ ତାହା ସମଗ୍ର ମାନବ ସଭ୍ୟତା ପାଇଁ ବିପଦ ସୃଷ୍ଟି କରିବ । ସେ କହିଛନ୍ତି କି ଏହା ଆଜିର କଥା ନୁହେଁ ଦୀର୍ଘବର୍ଷ ହେବ ଚାଇନା ଜିନ୍ ଏଡିଟିଙ୍ଗ୍ ବା (ଗୁଣସୂତ୍ରରେ ପରିବର୍ତ୍ତନ) କରି ଶକ୍ତିଶାଳୀ ସୈନ୍ୟ ସୃଷ୍ଟି କରିବାକୁ ଗବେଷଣା ଚଳାଇଛି । ଏ ସଂପର୍କରେ ଚାଇନା ସୈନ୍ୟବାହିନୀର ଜଣେ ଉଚ୍ଚ ଅଧିକାରୀ ୨୦୧୭ ରୁ ସୂଚନା ଦେଇଥିଲେ ।
ହେଲେ ଭାରତ ହେଉକି ଆମେରିକା ବା ଅନ୍ୟ ଦେଶ । ଯେଉଁମାନେ ଚୀନର ଏହି ବିସ୍ତାରବାଦୀ ନିତୀରେ ପ୍ରଭାବିତ ହେଉଛନ୍ତି ସେହି ଦେଶମାନେ ଏକତ୍ରିତ ହୋଇ ଚୀନ ସହିତ ଯୁଦ୍ଧ କରିବା ସମ୍ଭବ ନୁହେଁ । ଏହାର କାରଣ ଭାବେ ସମସ୍ତ ଦେଶର ସେନା ନୀତି ଅଲଗା ଅଲଗା ।