ନାରାୟଣୀ ଇଂଲିଶ ମିଡିୟମ୍ ସ୍କୁଲ୍ ତରଫରୁ ସୁପର ମମ୍ କଣ୍ଟେଷ୍ଟ

42

କନକ ବ୍ୟୁରୋ: ଆଜି ନାରାୟଣୀ ଇଂଲିଶ ସ୍କୁଲ୍ ପରିସରରେ ମାଆ ମାନଙ୍କୁ ନେଇ ସୁପର ମମ୍ କଣ୍ଟେଷ୍ଟର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିଳା ଥାନା ଅଧିକାରୀ ନମିତା କୁଜୁର୍ ଯୋଗ ଦେଇଥିଲେ । ଆଉ ମହିଳାମାନେ କୌଣସି ବିଷୟରେ ପୁରୁଷମାନଙ୍କଠାରୁ କମ୍ ନୁହନ୍ତି ଏବଂ ସେମାନେ ସମସ୍ତ ପ୍ରତିଯୋଗିତାରେ ଭାଗ ନେବା ଉଚିତ୍, ଭାଗ ନେଲେ ହିଁ ସେମାନେ ଜାଣିପାରିବେ ସେମାନେ କେତେ ସମର୍ଥ ବୋଲି କହିଥିଲେ । ପ୍ରତ୍ୟେକ ପରିବାରରେ ପୁରୁଷ ଓ ମହିଳାଙ୍କୁ ସମ୍ମାନ ଦୃଷ୍ଟିରେ ଦେଖିଲେ ହିଁ ଏକ ସୁସ୍ଥ ସମାଜର ପରିକଳ୍ପନା କରାଯାଇପାରିବ ବୋଲି ଅତିଥି ଭାବେ ଯୋଗ ଦେଇଥିବା ବିଶିଷ୍ଟ ସମାଜ ସେବୀ ମମତା ମିଶ୍ର କହିଥିଲେ। ଆୟୋଜିତ ଏହି ପ୍ରତିଯୋଗିତାରେ ନାଚରେ ଟି ସୁନୀତା ପ୍ରଥମ ହୋଇଥିବା ବେଳେ, ଦ୍ବିତୀୟରେ ଶ୍ରଦ୍ଧା ବ୍ରହ୍ମା ଏବଂ ବାସନ୍ତୀ ଜେନା ତୃତୀୟ ହୋଇଥିଲେ। ସେହିପରି ସଙ୍ଗୀତରେ ବିଶ୍ୱଜନନୀ ମିଶ୍ର ପ୍ରଥମ ହୋଇଥିଲେ ଏବଂ ମିନତି ପାତ୍ର ଦ୍ୱିତୀୟ, କେ ଜ୍ୟୋତି ତୃତୀୟ ହୋଇଥିଲେ। ଝୋଟି ଚିତ୍ର ଆଙ୍କିବାରେ ୱାଇ ହିମାବିନ୍ଦୁ ପ୍ରଥମ ହୋଇଥିବା ବେଳେ ଜ୍ୟୋତି ରାଜୁ ଦ୍ୱିତୀୟ ଏବଂ ପି ସନ୍ଧ୍ୟା ତୃତୀୟ ସ୍ଥାନରେ ରହିଥିଲେ। ମେହେନ୍ଦି ଅଙ୍କିବାରେ ପି ସନ୍ଧ୍ୟା ପ୍ରଥମ ହୋଇଥିଲେ ଏବଂ ଏମ ଉଷାରାଣୀ ଦ୍ୱିତୀୟ, ଟି ସୁନୀତା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସ୍କୁଲ୍ ପକ୍ଷରୁ ନାରାୟଣୀ ପଟ୍ଟନାୟକ ଉପସ୍ଥିତ ସମସ୍ତ ମା ମାନଙ୍କୁ ଉତ୍ସାହିତ କରିବା ସହ ମା ମାନେ କେତେ ଶକ୍ତିଶାଳୀ ଏବଂ ଏକ ସୁସ୍ଥ ସମାଜ ଗଠନ ପାଇଁ ମା ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ନିର୍ବାହ କରିଥିବାରୁ ସ୍କୁଲର ସମସ୍ତ କର୍ମଚାରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍କୁଲର ଅଧ୍ୟକ୍ଷ ଅନିକେତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।