ଠାବ ହେଲା ସୁପର ଆର୍ଥ ! ବୈଜ୍ଞାନିକ ଆବିଷ୍କାର କଲେ ନୂଆ ଏକ ଗ୍ରହ । କ’ଣ ଆମେ ଅନ୍ୟ ଏକ ପୃଥିବୀରେ ବସବାସ କରିପାରିବା ?

ଠାବ ହେଲା ସୁପର ଆର୍ଥ ! ବୈଜ୍ଞାନିକ ଆବିଷ୍କାର କଲେ ନୂଆ ଏକ ଗ୍ରହ । କ’ଣ ଆମେ ଅନ୍ୟ ଏକ ପୃଥିବୀରେ ବସବାସ କରିପାରିବା ?

source : Times Of India

ପୃଥିବୀଠାରୁ ସବୁଠୁ ନିକଟରେ ଥିବା ଏକ ସୌରମଣ୍ଡଳରେ ପୃଥିବୀ ଭଳି ଏକ ଗ୍ରହ ଠାବ କରାଯାଇଛି। ଏହାକୁ ‘ସୁପର ଆର୍ଥ’ ବୋଲି କୁହାଯାଉଛି। ଏଠି ମଣିଷ ବାସ କରିପାରିବ କି ନା, ତା’ଉପରେ ଏବେ ବୈଜ୍ଞାନିକମାନେ ଗବେଷଣା ଚାଲୁ ରଖିଛନ୍ତି। ଗ୍ରହର ନିକଟବର୍ତ୍ତୀ ଥିବା ନକ୍ଷତ୍ର ଗୁଡ଼ିକୁ ଯାଞ୍ଚ କରିବାରେ ଟେଲିସ୍କୋପ୍ ସମର୍ଥ ହେଲେ ଏହି ଗ୍ରହର ବିଭିନ୍ନ ବିଶେଷତ୍ୱ ସମ୍ପର୍କରେ ଅଧିକ ସୂଚନା ହାସଲ କରାଯାଇପାରିବ। କିନ୍ତୁ ପୃଥିବୀ ସହିତ ଏହାର ଅନେକ ସାମଞ୍ଜସ୍ୟ ଥିବା ସେମାନେ ଅନୁମାନ କରିଛନ୍ତି। ବୈଜ୍ଞାନିକମାନେ ଦର୍ଶାଇଛନ୍ତି ଯେ ଠାବ କରାଯାଇଥିବା ଏହି ସୁପର ଆର୍ଥ ପୃଥିବୀ ତୁଳନାରେ ବେଶ୍ ବଡ଼। କିନ୍ତୁ ବରୁଣ ଗ୍ରହଠାରୁ ଏହା ସାନ ହେବ। ଏହାକୁ ବରଫ ସ୍ତର ଘେରିରହିଥିବାରୁ ଏଠାରେ ଜୀବସତ୍ତା ତିଷ୍ଠିରହିବା ନେଇ ସମ୍ଭାବନା ଉଜ୍ଜୀବିତ ହୋଇପାରେ।

publive-image

ବିଜ୍ଞାନ ପତ୍ରିକା ଜର୍ନଲରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ଠାବ କରାଯାଇଥିବା ‘ସୁପର ଆର୍ଥ’କୁ ‘ବର୍ଣ୍ଣାଡ୍’ ନାମକ ଏକ ନକ୍ଷତ୍ର ଆଲୋକ ପ୍ରଦାନ କରୁଛି। ଏହାକୁ ଉକ୍ତ ଗ୍ରହର ସୂର୍ଯ୍ୟ ବୋଲି କୁହାଯାଉଛି। ପଲ୍ ବଟଲର୍ ନାମକ ଅନ୍ୟଜଣେ ଜ୍ୟୋତିର୍ବିଜ୍ଞାନୀ କହିଛନ୍ତି, ଏହି ଗ୍ରହ ସୂର୍ଯ୍ୟଠାରୁ କେବଳ ୬ ଆଲୋକବର୍ଷ ଦୂରରେ ରହିଛି। ଉଲ୍ଲେଖଯୋଗ୍ୟ, ଦୁଇ ଡଜନରୁ ଅଧିକ ସଂସ୍ଥା ଦ୍ୱାରା ୫୦ରୁ ଅଧିକ ଗବେଷଣା ପରେ ଏହି ସୂଚନା ହାସଲ କରାଯାଇଛି। ଠାବ କରାଯାଇଥିବା ନୂଆ ଗ୍ରହଟି ଏହାର ସୂର୍ଯ୍ୟ ଚାରିପଟେ ଘୂରିବାକୁ ୨୩୩ ଦିନ ସମୟ ନେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe