‘କେବିସି – ୯’ ! ୩୯୬ ଛାତ୍ରଙ୍କୁ ଆଇଆଇଟିରେ ସଫଳତା ଦେଇଥିବା ଆନନ୍ଦ ଦେଇ ପାରିଲେନି ୪ଟି ପ୍ରଶ୍ନର ଉତ୍ତର

52

କନକ ବ୍ୟୁରୋ : ଆରମ୍ଭ ହୋଇ ସାରିଛି ମେଗାଷ୍ଟାରଙ୍କ ମେଗା ସୋ’ ‘କନ୍ ବନେଗା କରୋଡ୍ ପତି – ୯’ । ବାକି ସବୁ ସୋ ଉପରେ ଭାରି ପଡିଛି ଏହି ବିଗ୍ ବିଙ୍କ ଏହି ବିଗ୍ ସୋ’ । ଟିଆରପି ମାମଲାରେ ‘କନ୍ ବନେଗା କରୋଡ୍ ପତି’ ମାତ୍ ଦେଇଛି ଅନ୍ୟ ସମସ୍ତ ପ୍ରୋଗ୍ରାମକୁ । ତେବେ ଗତାକାଲି ପ୍ରସାରିତ ହୋଇଥିଲା ଏହାର ୧୦ମ ଏପିସୋଡ୍ । ଶୁକ୍ରବାରର ଏହି ଏପିସୋଡରେ ପ୍ରସାରିତ ସ୍ପେଶାଲ୍ ସେଗମେଂଟ୍ ‘ନଇ ଚାହ ନଇ ରାହ’ରେ ପ୍ରତିଯୋଗୀ ଥିଲେ ସୁପର ୩୦ର ଫାଉଣ୍ଡର୍ ଆନନ୍ଦ କୁମାର । ତେବେ ଆନନ୍ଦ ଆସିବା ପରେ ଖାସ୍ ବନିଯାଇଥିଲା ଏହି ସୋ’ । କାରଣ ବିଗତ ୧୫ ବର୍ଷ ମଧ୍ୟରେ ଆନନ୍ଦଙ୍କର ୪୫୦ ଛାତ୍ରଙ୍କ ମଧ୍ୟରୁ ୩୯୬ ଜଣ ଆଇଆଇଟି – ଏନଆଇଟି ପରି ଟପ୍ ଅନୁଷ୍ଠାନରେ ସ୍ଥାନ ପାଇଛନ୍ତି ।

kbc-anand-kumar_650x400_51504946243ତେବେ ଆନନ୍ଦ ଉପରେ ଥିଲା ସବୁ ଦର୍ଶକଙ୍କ ନଜର । ଛାତ୍ର ଛାତ୍ରୀଙ୍କ କ୍ୟାରିୟର୍ ବନାଇ ଦେଶର ଟପ୍ ଇନଷ୍ଟିଚ୍ୟୁଟରେ ସ୍ଥାନ ଦିଆଉଥିବା ବ୍ୟକ୍ତି କେତେ ଚତୁରତାର ସହ କେତୋଟି ପ୍ରଶ୍ନର ଉତ୍ତର ଦେଇପାରୁଛନ୍ତି ତାହା ଥିଲା ସମସ୍ତଙ୍କ ଉତ୍କଣ୍ଠାର ବିଷୟ । ତେବେ ଆନନ୍ଦ ମଧ୍ୟ ଖୁବ୍ ଆତ୍ମବିଶ୍ୱାସର ସହ ପୁରା ଗେମ୍ ଖେଳିଥିଲେ । ହେଲେ ଅନେକ ଛାତ୍ରଙ୍କ ଭବିଷ୍ୟତ ବନାଇଥିବା ଆନନ୍ଦ କିନ୍ତୁ ଫେଲ୍ ମାରିଯାଇଥିଲେ ୪ ପ୍ରଶ୍ନ ପାଖରେ । ଆଉ ନେଇଥିଲେ ଲାଇଫଲାଇନର ସାହାରା । ଆନନ୍ଦ ଉତ୍ତର ଦେଇ ନପାରିଥିବା ପ୍ରଥମ ପ୍ରଶ୍ନଟି ଆୟୁଷ ମନ୍ତ୍ରାଳୟ ସହ ସମ୍ବନ୍ଧିତ ଥିଲା । ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଆନନ୍ଦ ଅଡିଏନ୍ସର ପୋଲର ବ୍ୟବହାର କରିଥିଲେ ।

3ସେହିପରି ଆନନ୍ଦଙ୍କୁ କନଫ୍ୟୁଜ୍ କରିଥିଲା ଭୁଗୋଳର ଏକ ପ୍ରଶ୍ନ । ଯାହାର ଉତ୍ତର ଦେବା ପାଇଁ ସେ ଲାଇଫଲାଇନ୍ ୫୦-୫୦ ବ୍ୟବହାର କରିଥିଲେ । ପ୍ରଶ୍ନଟି ଥିଲା କେଉଁ ରାଜ୍ୟର ସୀମା ସବୁଠାରୁ ଅଧିକ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଂଚଳ ସହ ଲାଗିଥାଏ ? ଆଉ ଏହାର ଉତ୍ତର ଥିଲା ଉତ୍ତର ପ୍ରଦେଶ ।
ଏହା ପରେ ତାଙ୍କର କନଫ୍ୟୁଜନ୍ ହୋଇଥିଲା ଆଇଆଇଟି ସହ ଜଡିତ ଏକ ପ୍ରଶ୍ନରେ । ପ୍ରଶ୍ନ ଥିଲା ଦିଆଯାଇଥିବା ୪ଟି ବିକଳ୍ପ ମଧ୍ୟରୁ କିଏ ଆଇଆଇଟିର ଛାତ୍ର ନଥିଲେ । ତେବେ ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ସେ ନିଜ ଛାତ୍ର ତଥା ଜୋଡିଦାରଙ୍କୁ ମଂଚକୁ ଡାକିଥିଲେ ।

6ସର୍ବଶେଷରେ ଯେତେବେଳେ ସେ ୨୫ ଲକ୍ଷର ପ୍ରଶ୍ନ ପାଖରେ ପହଂଚିଲେ ସେତେବେଳେ ଖୁବ୍ କନଫ୍ୟୁଜ୍ ଜଣାପଡୁଥିଲେ । ସେଥିପାଇଁ ସେ ଫୋନୋ ଫ୍ରେଣ୍ଡ ଲାଇଫଲାଇନ୍ ବ୍ୟବହାର କରିଥିଲେ । ହେଲେ ଉତ୍ତର ମିଳି ପାରିନଥିଲା । ତେବେ ଏହି ପ୍ରଶ୍ନର ଉତ୍ତର ଦେବାରେ ସାହାଯ୍ୟ କରିଥିଲେ ତାଙ୍କ ସହ ଖେଳୁଥିବା ତାଙ୍କ ଛାତ୍ର ଅନୁପ୍ କୁମାର ।

ଉଲ୍ଲେଖଯୋଗ୍ୟ , ଆନନ୍ଦ କୁମାରଙ୍କ ଦେଶର ଶିକ୍ଷା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅବଦାନ ରହିଛି । ଏପରିକି ଆନନ୍ଦ କୁମାରଙ୍କ ଉପରେ ବଲିଉଡ୍ ମଧ୍ୟ ଖୁବ୍ ପ୍ରଭାବିତ । ସୁପରଷ୍ଟାର୍ ହ୍ରିତିକ୍ ରୋଶନ୍ ମଧ୍ୟ ଆନନ୍ଦଙ୍କର ବହୁତ ବଡ ପ୍ରଶଂସକ । ତେବେ ଶୁଣିବାକୁ ମିଳିଛି ଆନନ୍ଦଙ୍କ ଜୀବନୀ ଉପରେ ହ୍ରିତିକ୍ ରୋଶନ୍ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି । ସୁପର ୩୦ ସହ ଆନନ୍ଦଙ୍କ ଯାତ୍ରା ୨୦୦୨ରେ ଆରମ୍ଭ ହୋଇଥିଲା । ତାଙ୍କର ଏହି ଅନୁଷ୍ଠାନରୁ ଗତ ୧୫ ବର୍ଷ ମଧ୍ୟରେ ୩୯୬ ଜଣ ବିଦ୍ୟାର୍ଥୀ ଆଇଆଇଟି ପରୀକ୍ଷାରେ ସଫଳତା ପାଇଛନ୍ତି ।

ଆନନ୍ଦକୁ ପଚରାଯାଇଥିବା ୪ଟି ପ୍ରଶ୍ନ : 
– ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଅଧିନରେ କେଉଁ ବିଭାଗ ଆସିନଥାଏ ?
ଏକ୍ୟୁପଙ୍କଚର, ଯୋଗ, ୟୁନାନୀ, ସିଦ୍ଧ

-ଭାରତର କେଉଁ ରାଜ୍ୟ ସହ ଅଧିକ ରାଜ୍ୟର ସୀମା ଲାଗିଛି ?
ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ

– ଏଥିରୁ କେଉଁ ଭାରତୀୟ ଆଇଆଇଟିର ଛାତ୍ର ନୁହନ୍ତି ?
ସୁନ୍ଦର ପିଚାଇ, ଅରବିନ୍ଦ କେଜ୍ରିଓ୍ଵାଲ, ସତ୍ୟା ନାଡେଲା, ନନ୍ଦନ ନିଲେକଣି

– ଏଥିରୁ କେଉଁଟି ଟାଟା ସମୂହର ସବୁଠୁ ଅଧିକ ପୁରୁଣା ବ୍ୟବସାୟ ଯାହା ଏବେ ମଧ୍ୟ ଚାଲିଛି ?
ଟାଟା ଷ୍ଟିଲ, ଇଣ୍ଡିଆନ ହୋଟେଲ୍ସ, ଟାଟା ମୋଟର୍ସ, ଟାଟା କନସଲଟେନ୍ସି ସର୍ଭିସେସ